ଜିଲ୍ଲା ସ୍ତରୀୟ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ : ଆଜି ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ଠାରେ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି, ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ନିଷେଧ ଜିଲ୍ଲା ସ୍ତରୀୟ ଟାକ୍ସ ଫୋର୍ସ, ଚାଇଲଡ ହେଲ୍ପଲାଇନ ବୋର୍ଡ଼ର ସମସ୍ତ ସଦସ୍ୟ, ସଦସ୍ୟା ଓ ସମସ୍ତ ବିଭାଗର ନିମନ୍ତ୍ରିତ ପଦାଧିକାରୀ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ନୀଳମାଧଵ ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ।
ଶିକ୍ଷା ବିଭାଗ ଦ୍ୱାରା ଅନୁଷ୍ଠିତ “ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମରେ ଡ୍ରପ ଆଉଟ ସର୍ଭେ ଓ ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟକୁ ଅଣାଯିବା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା। ଜିଲ୍ଳାରେ ଥିବା ମୋଟ ୩୦୦୦ ରୁ ଉର୍ଦ୍ଧ୍ବ ଡ୍ରପ ଆଉଟ ଶିଶୁଙ୍କ ମଧ୍ୟରୁ ଯେଉଁମାନେ ପିତୃମାତୃହୀନ ଓ ଏକକ ପିତାମାତା ବା ଅଭିଭାବକଙ୍କର ଶିଶୁ ହୋଇଥିବେ ଏବଂ ସେମାନେ ବିଦ୍ୟାଳୟ, ମହାବିଦ୍ୟାଳୟରେ ନିରନ୍ତର ଅଧ୍ୟୟନ କରିବେ, ସେମାନଙ୍କ ପରିବାର ଅନୁଧ୍ୟାନ କରାଯାଇ ମାର୍ଗଦର୍ଶିକା ଆଧାରରେ ଆର୍ଥିକ ପ୍ରୋତ୍ସାହନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲାରେ ଥିବା ଔଷଧ ଦୋକାନ ଗୁଡିକରେ ଥିବା ରେଜିଷ୍ଟରକୁ ଡିଜିଟାଇଜେସନ କରିବା ଓ ସିସି ଟିଭି ଲଗାଇବା ସହିତ ଏଚ, ଏଚୱାନ , ଏକ୍ସ ଡ୍ରଗ ଗୁଡିକର ବିକ୍ରିବଟା ମନିଟରିଙ୍ଗ କରାଯିବାକୁ ଡ୍ରଗ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଗଲା। ସେହିପରି ଜିଲ୍ଲାରେ ଥିବା ପ୍ରତି ବିଦ୍ୟାଳୟର ୧୦୦ ଗଜ ମଧ୍ୟରେ ମାଦକ ଦ୍ରବ୍ୟ ନିଷେଧ ନିମନ୍ତେ ଯୋଜନା ଓ ମ୍ୟାପିଙ୍ଗ କରିବା ସହିତ ବିହିତ ପଦକ୍ଷେପ ନେବେ ଅବକାରୀ ବିଭାଗ l ସେହିପରି ଶିଶୁ ଶ୍ରମିକରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା। ତୃଣମୂଳ ସ୍ତରରେ ଅଙ୍ଗନବାଡି କର୍ମୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ପଂଚାୟତ ସମ୍ପ୍ରସାରଣ ଅଧିକାରୀ ବାଲ୍ୟ ବିବାହ ନିଷେଧ ନିମନ୍ତେ ସତର୍କ ରହିବେ ଏବଂ ପୂର୍ବରୁ ଏହାର ନିରୀକ୍ଷଣ କରି ରିପୋର୍ଟ କରିବେ। ଏହା ସହିତ ନିଶାଯୁକ୍ତ ଶିଶୁ ମାନଙ୍କ ଥଇଥାନ ଓ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ଦିବ୍ୟାଙ୍ଗ ଶିଶୁ ମାନଙ୍କ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ନିଶ୍ଚିତ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱ ଦିଆଗଲା। ଏହି ବୈଠକରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ ଅଜିତ କୁମାର ମହାପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଦ୍ଵିତୀକାନ୍ତ ପ୍ରଧାନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଡ୍ରଗ ଇନ୍ସପେକ୍ଟର ହିତେଶ୍ କୁମାର ବେହେରା, ମହାବୀର ରୁଦ୍ର ନାରାୟଣ ସାହୁ ଜେ ଜେ ବି ମେମ୍ବର, ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ, ଉମେଶ ଚନ୍ଦ୍ର ପାତ୍ର ଜିଆରପି ଇନ୍ସପେକ୍ଟର, ପଲ୍ଲବୀ ସାହୁ ସହକାରୀ ଶ୍ରମ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଇନ ପରିବୀକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲଡ ହେଲ୍ପଲାଇନର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *