ଦୟଣାଚୋରୀ ସାହିତ୍ୟ ଆସର -୨୦୨୫
ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ ଡେଲାଙ୍ଗ ,ଇତିହାସ ପ୍ରସିଦ୍ଧ ଘୋରଡ଼ିଆ ଦୟାଣାଚୋରି ଯାତ୍ରା ମେଳଣ ମହୋତ୍ସବ ଅବସରରେ ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଓ଼ ଜଳନ୍ଧର ସ୍ମୁତି ସାହିତ୍ୟ ପ୍ରତିଷ୍ଠାନ, ଘୋରଡ଼ିଆ ଆନୁକୂଲ୍ୟରେ ୧୦ମ ବାର୍ଷିକ ଦୟଣାଚୋରି ସାହିତ୍ୟ ଆସର -୨୦୨୫ ଦୟଣାଚୋରି ମେଳଣ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ପୌରହିତ୍ୟରେ ଆୟୋଜିତ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ଡକ୍ଟର ହେମନ୍ତ କୁମାର ଛୋଟରାୟ,ମୁଖ୍ୟବକ୍ତା ଭାବେ କଵି ତଥା ପ୍ରଫେସର ଶାଶଙ୍କ ଶେଖର ଚୂଡ଼ାମଣି, ସମ୍ମାନିତ ଅତିଥିରୂପେ ଅତିରିକ୍ତ ଏସପି ତଥା ଲେଖକ ବିଶ୍ଵପ୍ରକାଶ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ତଥା ଲେଖକ, ନାଟ୍ୟକାର ବିଭୁତି ଭୂଷଣ ପଟ୍ଟନାୟକ,ମାଟିର ମହକ ତଥା ନିମାଇଁ ସାହିତ୍ୟ ସଂସଦ ର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ,ବରିଷ୍ଠ ଶିଶୁସାହିତ୍ୟିକ ବିପିନି ବିହାରୀ ଦଳେଇ,ଉପଦେଷ୍ଟା ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ କବି କବୟିତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଦୟଣାଚୋରି ଯାତ୍ରାର ଐତ୍ୟହ, ପରମ୍ପରା ଓ଼ କଳା ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତା ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଶଶିଶେଖର ରାୟଙ୍କୁ ଦୟଣାଚୋରୀ ଆଦର୍ଶ ଯୁବ ସମାଜସେବୀ ସମ୍ମାନ -୨୦୨୫,ଡକ୍ଟର ହେମନ୍ତ କୁମାର ଛୋଟରାୟଙ୍କୁ ଚଳିତ ବର୍ଷ ଦୟାଣା ସାହିତ୍ୟ ସାରସ୍ୱତ ସମ୍ମାନ -୨୦୨୫, ସମାଜସେବୀ ଅନାମ ମଲ୍ଲିକ ଙ୍କୁ ଦୟଣାଚୋରି ଗାନ୍ଧୀ ସ୍ୱାଭିମାନ ସମ୍ମାନ, ପ୍ରଦ୍ୟୁମ୍ନ ପରିଡ଼ାଙ୍କୁ ଦୟାଣାଚୋରି କବିp ଗୌରବ ସମ୍ମାନ, ବିଶ୍ୱରଞ୍ଜନ ରଞ୍ଜନ ବଳବନ୍ତରାୟଙ୍କୁ ଦୟଣାଚୋରୀ ଯୁବ ସମାଜସେବୀ ସମ୍ମାନ, ପ୍ରସନ୍ନ ତ୍ରିପାଠୀଙ୍କୁ ଦୟଣାଚୋରୀ ସୂଚନା ଶିରମଣୀ ସମ୍ମାନ, ବିପିନ ବିହାରୀ ଦଳାଇଙ୍କୁ ଦୟଣାଚୋରୀ ଶ୍ରେଷ୍ଠ ଶିଶୁ ସାହିତ୍ୟିକ ସମ୍ମାନ,ବାସୁଦେବ ସାହୁଙ୍କୁ ଦୟଣା ସାହିତ୍ୟ ସାରସ୍ୱତ ସମ୍ମାନ, ନଗେନ ପ୍ରଧାନଙ୍କୁ ଦୟଣାଚୋରି ଆଦର୍ଶ ସମାଜସେବୀ ସମ୍ମାନ, ନରେନ୍ଦ୍ର କୁମାର ମୁଦୁଲିଙ୍କୁ ଦୟଣା ସାହିତ୍ୟ ସାରସ୍ୱତ ସମ୍ମାନ,ଏହିପରି ୨୧ ଜଣ ପ୍ରତିଭାଙ୍କୁ ମାନପତ୍ର,ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ! ଏଥିସହିତ ଓଡ଼ିଆ ଭାଷା, ସାହିତ୍ୟ, କଳା ସଂସ୍କୃତି କ୍ଷେତ୍ରରେ ଉଲେଖନୀୟ କାମ କରୁଥିବା ୧୨ଟି ସାହିତ୍ୟ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା ! ରମେଶ ଚନ୍ଦ୍ର ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ,କବିତା ସଂଯୋଜନା କରିଥିଲେ କଵି ବିକ୍ରମ କେଶରୀ ଚମ୍ପତ୍ତି,ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଓ଼ ନମିତା ସ୍ୱାଇଁ ! ଏହି ଆସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି କବୟିତ୍ରୀ ଯୋଗଦେଇଥିଲେ ! କବି ,ଶରତ ରାଉତ, ଡକ୍ଟର ନୀଳାଦ୍ରି ଜଗଦେବ,ରୋହିତ ଚମ୍ପତ୍ତି ,ଡ଼କ୍ଟର ପ୍ରଭାସ ପ୍ରଧାନ , ସୁଦର୍ଶନ ପ୍ରଧାନ,ଦୂତ୍ତିକୃଷ୍ଣ ମହାନ୍ତି,ଅଭୟ ଚରଣ ସାହୁ, ଅଧିକାରୀ ସ୍ୱାଇଁ, ହୃଷିକେଶ ପାଢ଼ୀ,ରବୀନ୍ଦ୍ରନାଥ ଷଡ଼ଙ୍ଗୀ,କିଶୋର କୁମାର ଜେନା,କବୟିତ୍ରୀ ସରୋଜିନୀ ଜେନା,ସଞ୍ଜୁଲତା ମହାନ୍ତି, ଲକ୍ଷ୍ମୀପ୍ରିୟା ଦାଶ, ବନପ୍ରଭା ସାମନ୍ତରା,କଵି ଲିଙ୍ଗରାଜ ମହାପାତ୍ର,ନଗେନ ପ୍ରଧାନ, ବେଣୁଧର ବେହେରା,କବୟିତ୍ରୀ ମଲ୍ଲୀକା ସିଂହ,ଗୌରୀ ଦେଇ,ଗୀତାଞ୍ଜଳି ବେହେରା,ମିଲିନା ସାହୁ, ଶୁଭେନ୍ଦୁ ଶତପଥୀ ,ପ୍ରମୁଖ ଯୋଗଦେଇ ସ୍ବ ରଚିତ କବିତା ଆବୃତି କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ, ସମସ୍ତ କବି କବୟିତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ! କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ, ପରେ ସ୍ୱାଗତ ସଙ୍ଗୀତ, ଦେଶାତ୍ମକ ସଂଗୀତ, ବନ୍ଦେ ଉତ୍କଳ ଜନନୀ ଜ୍ଞାନ, ସମ୍ବଲପୁରୀ ଓ଼ ନୃତ୍ୟ ଗୀତ କୁନିକୁନି ପିଲାଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ! ! କାର୍ଯ୍ୟକ୍ରମ ର ସଫଳତା ପାଇଁ ଶେଷରେ ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଧାଉଡ଼ିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟି ଗୀତାରାଣୀ ରଣଜିତ, ବାବୁରାମ ଦାସ, କିଶୋର ଜେନା କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଦୟଣାଚୋରୀ ମେଳଣ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ମାନେ ଏଥିରେ ସହଯୋଗ କରିଥିଲେ !
