ସଭାପତି ଭାବେ ବିଜୟୀ ହେଲେ ଦୟାନିଧି ଦାସ

ଆନନ୍ଦପୁର ଆନନ୍ଦପୁର ଓକିଲ ସଂଘ ନିର୍ବାଚନ ଶାନ୍ତି ଶୃଙ୍ଖଳl ରେ ଶେଷ ହୋଇଛି l ଏହି ନିର୍ବାଚନରେ ସଭାପତି ଭାବେ ଦୟାନିଧି ଦାସ ସହ ରବୀନ୍ଦ୍ର କୁମାର ସାହୁ ଏବଂ କୁଳମଣି ସେଠୀ ସଭାପତି ଭାବେ ପ୍ରତିନ୍ଦୋତିତା କରିଥିବା ବେଳେ ଦୟାନିଧି ଦାସ ୧୦୨ଖଣ୍ଡ ଭୋଟ ପାଇ ଶୀର୍ଷରେ ଥିଲା ବେଳେ ରବୀନ୍ଦ୍ର କୁମାର ସାହୁ ୫୫ ଗୋଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ l କୁଳମଣି ସେଠୀ କେବଳ ୫ ଖଣ୍ଡ ଭୋଟ ପାଇଥିଲେ l ଉପ ସଭାପତି ଭାବେ ଅତୁଲ ଚରଣ ନାୟକ ୯୭ ଗୋଟି ଭୋଟ ପାଇ ବିଜୟୀ ହୋଇଥିଲେ l ତାଙ୍କ ସହ ପ୍ରତିନ୍ଦୋତିତl କରୁଥିବା ସରୋଜ କୁମାର ପଟନାୟକ ୬୪ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ l ସମ୍ପାଦକ ଭାବେ ଭଗବାନ ମଲିକ ୮୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ l ତାଙ୍କ ସହ ପ୍ରତିନ୍ଦୋତିତl କରୁଥିବା ଚତୃଭୁଜ ଜେନା ୮୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ l ସହ ସମ୍ପାଦକ ଭାବେ ପ୍ରମୋଦ କୁମାର ସାହୁ ବିଜୟୀ ହୋଇଥିଲା ବେଳେ କୋଷଦକ୍ଷ ଭାବେ ଅଶୋକ କୁମାର ରାଉଳ ଅପ୍ରତିଦ୍ବନ୍ଦି ଭାବେ ବିଜୟୀ ହୋଇଥିଲେ l ଆଜିର ନିର୍ବାଚନ ପରିଚାଳନା ମୁଖ୍ୟ ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାତ୍ର ଙ୍କ ସହିତ ଉପ ଓ ସହ ଅଧିକାରୀ ଭାବେ ମହେନ୍ଦ୍ର ରାମ ସୁବାସ ତ୍ରିପାଠୀ ହରି ହର ଧଡା ଆଉ ପ୍ରସନ୍ନ ମହାନ୍ତି ସହ ସନ୍ତୋଷ କୁମାର ମିଶ୍ର ସହାୟକ ପ୍ରମୁଖ ସମାପନ କରିଥିବା ବେଳେ ଆଜିର ମୋଟାମୋଟି ଆନନ୍ଦପୁର ର ଓକିଲ ସଂଘ ନିର୍ବାଚନ ଟି ସୁରୁଖୁର୍ ରେ ସାରିଥିବା ବେଳେ ଓକିଲ ଙ୍କ ର ମଧ୍ୟରେ ବହୁ ଉତ୍ସାହ ପରିଲକ୍ଷିତ ବି ଦେଖିବାକୁ ମିଳି ଥିଲା l ପରିଶେଷରେ ବିଜୟୀ ଘୋଷିତ ନବ ନିର୍ବାଚିତ ସଂଘ ନେତା ଗଣ ଙ୍କୁ ବିଚିତ୍ର କୁମାର ଚକ୍ର, ଅଭିନ୍ନ କୁମାର ରଣା,ସୁବାସ ବିଶ୍ଵାଳ, ଭାଗିରଥି ଦାସ,ଅମ୍ଳାନ ଜେନା,ଅର ବିନ୍ଦ ଜେନା,ଅଶ୍ଵିନୀ ମହାନ୍ତି,କିଶୋର ଚକ୍ର, ଯୁବ ଆଇନଜୀବୀ ମାନସ ସାହୁ, ରାମ ଚନ୍ଦ୍ର ପାତ୍ର, କନେହିଁ ଚରଣ ସାହୁ, ମନୋଜ ପଣ୍ଡା,ଧ୍ରୁବ ଚରଣ ନାଏକ, ବନ ବିହାରି ଜେନା ପ୍ରମୁଖ ସମସ୍ତ ଙ୍କୁ ଅଭିନନ୍ଦନ ଜଣେଇ ଥିଲେ l

Leave a Reply

Your email address will not be published. Required fields are marked *