ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଭଞ୍ଜନଗର ଥାନା ଅନ୍ତର୍ଗତ ଭଞ୍ଜନଗର ବସ ଷ୍ଟାଣ୍ଡ ପରିସରରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି।ମୃତ୍ୟୁ ର କାରଣ ଏବେବି ଅସ୍ପଷ୍ଟ ରହିଛି ।ଘଟଣା ସ୍ଥଳରେ ପୋଲିସ ପହଁଛି ଘଟଣା ର ତଦନ୍ତ ଆରମ୍ଭ କରିଛି।

ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ ବ୍ୟକ୍ତି ଜଣଙ୍କ ନାମ ଶରତ ଚନ୍ଦ୍ର ମିଶ୍ର ଓ ତାଙ୍କ ଘର ନୟାଗଡ଼। ସେ କର୍ପୋରେସନ ବିଭାଗ ରେ କାର୍ଯ୍ୟରତ ବୋଲି ଜଣାପଡିଛି। କିଛି ବର୍ଷ ସୋରଡ଼ା ରେ ରହି ବର୍ତମାନ ବୁଗୁଡ଼ାରେ କାମ କରୁଥିବା ଅନୁମାନ କରାଯାଇଛି। ତେବେ ଶବ ବ୍ୟବଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।
ଭଞ୍ଜନଗରରୁ ଶିବ ଶଙ୍କର ପ୍ରଧାନ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ
