ଜାତୀୟ ରାଜପଥରେ ପଡିଛି ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।
ପାତ୍ରକାମାକ୍ଷାନଗର- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଜମୁନାକୋଟ ଛକ ନିକଟ ୫୩ ନଂ ଜାତିୟ ରାଜପଥ ଉପରେ ପଡିଛି ମୃତଦେହ।ମୃତକ ହେଲେ ଓଡିଶ ପଞ୍ଚାୟତ ନୂଆ ଜିରାଳ ଗ୍ରାମର ରଞ୍ଜନ ରାଉଳ ବୋଲି ଜଣାପଡିଛି।ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ।ପରିବାର ଲୋକଙ୍କ କହିବା ଅନୁସାରେ ରଞ୍ଜନ ଙ୍କ ପୁଅ ଅଜି ରାଉଳ ତାଳଚେର ଟ୍ରକ୍ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି। ଗତ ରାତିରେ ଗ୍ରାମକୁ ଫେରିବା ସମୟରେ ନିଜ ବାପା ରଞ୍ଜନଙ୍କୁ ଏକ ଢ଼ାବାକୁ ଖାଇବାକୁ ଡାକିଥିଲେ।

ରଞ୍ଜନ ତାଙ୍କର ପୁତୁରା ନିର ରାଉଳକୁ ସାଙ୍ଗରେ ନେଇ ଢ଼ାବା କୁ ଯାଇଥିଲେ ।ତେବେ ସେଠାରେ ଖାଇବା ପରେ ରଞ୍ଜନ ଘରକୁ ଯିବା ବଦଳରେ କେଉଁଆଡେ ପଳାଇଯାଇଥିଲେ।ତେବେ ଆଜି ସକାଳ ସମୟରେ ରଞ୍ଜନଙ୍କ ମୃତଦେହ ରାଜରାସ୍ତାରେ ଏକ ବସ୍ତା ମଧ୍ୟରେ ପଡ଼ିଥିବା ବେଳେ ଗାଡ଼ିଟି ସନ୍ଦେହ ଜନକ ଅବସ୍ଥାରେ ରାସ୍ତା କଡ଼ରେ ଥିବା ସୁରକ୍ଷା ବାଡ଼ ପାଖରେ ଥିଲା ।ଯାହାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ରଞ୍ଜନଙ୍କ୍ ପରିବାର ଲୋକେ।ତେବେ ଏବିଷୟରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
