ଅଜଣା ଯୁବକ ଝୁଲନ୍ତା ଶବ ରାମଚଣ୍ଡୀ ପୋଲିସ ଦ୍ବାରା ଉଦ୍ଧାର
ଅଜଣା ଯୁବକ ଝୁଲନ୍ତା ଶବ ରାମଚଣ୍ଡୀ ପୋଲିସ ଦ୍ବାରା ଉଦ୍ଧାର। ପୁରୀ କୋଣାର୍କ- ବେଳାମାର୍ଗ ବାଲିଘାଇ ଛକ ବେଲେଶ୍ୱର ମନ୍ଦିର ନିକଟ ରାମଚଣ୍ଡୀ ଜଙ୍ଗଲ ରୁ ଅଚିହ୍ନା ଯୁବକର ଶବ ଝୁଲିଥିବା ଅବସ୍ଥାରେ ରାମଚଣ୍ଡୀ ପୋଲିସ ଉନ୍ଧାର କରିଛନ୍ତି।ପ୍ରାଥମିକ ତୁରନ୍ତରୁ ଜଣାପଡିଛି ଆତ୍ମହତ୍ୟା କରିଥିବା ଜଣାପଡିଛି। ରାମଚଣ୍ଡୀ ପୋଲିସ ଯୁବକ ଟି ବେକରେ ଦଉଡି ଦେଇ ଗଛରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରି ଶବ କୁ ଜବତ କରିବା ସହିତ ତଦନ୍ତ ଚଳାଇଛି ।ଏହି ଶବ ଟି ପଚି ଯିବାକୁ ନେଇ ୨/୪ ଦିନ ର ହେବ ବୋଲି ଅନୁମାନ କରାଯାଉଛି । ଉକ୍ତ ଅଚିହ୍ନା ଯୁବକ ଜଣକ ଦେହରେ ଏକ ଫୁଲ ସାର୍ଟ ଓ ଫୁଲ ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ପୋଲିସ ଏପର୍ଯ୍ୟନ୍ତ ଏହି ଅଚିହ୍ନା ଯୁବକର ଶବ କୁ ଚିହ୍ନଟ କରିପାରି ନଥିବା ଜଣା ପଡ଼ିଛି ।ଏ ନେଇ ରାମଚଣ୍ଡୀ ପୋଲିସ ପକ୍ଷରୁ ୮/୨୩ ରେ ଏକ ଅପମୁତ ମାମଲା ରୁଜୁ କରାଯାଇ ଶବ କୁ ଅଧିକ ତଦନ୍ତ ପାଇଁ ପୋଷ୍ଟମର୍ଟମ ନିମନ୍ତେ ପୁରୀ ମୁଖ୍ୟ ଡାକ୍ତରଖାନା କୁ ପଠାଇ ଦିଆଯାଇଥିବା ରାମଚଣ୍ଡୀ ପୋଲିସ ସୂଚନା ଦେଇଛନ୍ତି।
