ରାଇବନ୍ଧ ଗ୍ରାମ ପୋଖରୀ ପାଖରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।

ଗଞ୍ଜାମ ଜିଲ୍ଲା ବଡଗଡଥାନ ରାଇବନ୍ଧ ଗ୍ରାମରେ ପୋଖରୀ ପାଖରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣକ ହେଲେ ରାଇବନ୍ଧ ଗ୍ରାମର ଡ଼ମ୍ବୁରୁ ସ୍ବାଇଁ ବୟସ 45।ସୂଚନା ମୁତାବକ ଡମ୍ବୁରୁ ସ୍ବାଇଁ ସୁରଥ ରେ ଦାଦନ ଶ୍ରମିକ ଭାବେ କାମ କରନ୍ତି ମାତ୍ର କିଛି ଦିନ ତଳେ ଝିଅ କୁ ବିବାହ କରାଇବା ପାଇଁ ଗାଁ କୁ ଆସିଥିଲେ କିନ୍ତୁ ତାଙ୍କ ମୋବାଇଲ କୁ ଆସିଥିଲା ହତ୍ୟା ର ଧମକ ଓ ସେଇ ହତ୍ୟାର ଧମକ ଦେଇଥିଲେ ରାଇବନ୍ଧ ଗ୍ରାମର ଶଙ୍କର ସ୍ୱାଇଁ ଙ୍କ ପୁଅ ବାଇନାଥ ସ୍ବାଇଁ । ମୋବାଇଲ ମେସେଜ କୁ ଆଧାର କରି ଦମ୍ବୁରୁ ସ୍ବାଇଁ ବଡଗଡ ଥାନ ରେ ଅଭିଯୋଗ ମଧ୍ୟ କରିଥିଲେ ।ଘର ଲୋକଙ୍କ କହିବା ଅନୁସାରେ କିଛି ବର୍ଷ ପୂର୍ବରୁ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା ଓ ପୋଲିସ ର ସହଯୋଗ ରେ ଅପସ ବୁଝବଣା ମଧ୍ୟ ହୋଇଥିଲା।ମାତ୍ର ତିନିଦିନ ତଳେ ଶଙ୍କର ସ୍ବାଇଁ ହାତରେ ଠେଙ୍ଗା ଧରି ଡମ୍ବୁରୂ ଙ୍କ ପରିବାର ଲୋକଙ୍କ ସହ ଗାଲିଗୁଲଜ କରିଥିବା କହିଛନ୍ତି ମୃତକ ଙ୍କ ପରିବାର ଲୋକେ । ତେବେ ଗତକାଲି ଅର୍ଥାତ୍ 18/01/2025 ଶନିବାର ସନ୍ଧ୍ୟା ସଢେ ସାତଟା ରେ ଡମ୍ବରୁ ବନ୍ଧ କୁ ଗାଧେଇବା ଯାଇଥିଲେ କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ । ବିଳମ୍ବ ହେବାରୁ ଘର ଲୋକେ ଫୋନ୍ କରିଥିଲେ କିନ୍ତୁ ଫୋନ୍ ନ୍ ଉଠେଇବାରୁ ବନ୍ଧକୁ ଯାଇଥିଲେ ଖୋଜିବାକୁ । ବନ୍ଧ ପାଖରେ ପହଞ୍ଚି ଦେଖିଲା ବେଳକୁ ଡମ୍ୱୁରୁ ଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ରକ୍ତ ଚୁଡୁବୁଡୁ ହୋଇ ପଡିଥିବା ଦେଖିଲେ । ଖବର ପାଇ ଘଟଣା ସ୍ଥଳରେ ବଡଗଡ ପୋଲିସ୍ ପହଞ୍ଚି ତଦନ୍ତ କରୁଚି l

ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *