ମାଇନିଙ୍ଗ ଅଫିସର ଉପରେ ମରଣାତ୍ମକ ଆକ୍ରମଣ
*ମାଇନିଙ୍ଗ ଅଫିସର ଉପରେ ମରଣାତ୍ମକ ଆକ୍ରମଣ, ବଲେରୋ ଗାଡିକୁ ଭାଙ୍ଗି ଡ୍ରାଇଭରକୁ ବ୍ରିଜ ତଳକୁ ଫିଙ୍ଗିଲେ ଆନନ୍ଦପୁର* ଦୀର୍ଘଦିନ ଧରି ବାଲିଘାଟ ଖୋଲୁନଥିବା ବେଳେ ବାଲି ମାଫିଆଙ୍କ ଚୋରା ବାଲି ଉତୋଳନ ଦିନକୁଦିନ ବଡୁଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ଖଣି ମାଇନିଙ୍ଗ ଅଫିସର ସୁରୋଜ ହେମ୍ବ୍ରମ ସ୍ପେସିଆଲ ସ୍କ୍ୱାର୍ଡ ଭାବେ ଆନନ୍ଦପୁର ଅଞ୍ଚଳ ରେ ଚୋରା ବାଲି କାରବାର ହେଉଥିବା ଘାଟ ଉପରେ ଚଢ଼ାଉ କରୁଥିବା ବେଳେ, ଆନନ୍ଦପୁର ବ୍ରିଜ ନିକଟରେ ତାଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି ଓ ତାଙ୍କଡ୍ରାଇଭର କୁ ମଧ୍ୟ ଅତି ସଙ୍କଟାପନ୍ନ ଅବସ୍ଥାରେ ବ୍ରିଜ ତଳକୁ ଫିଙ୍ଗି ଦେଇଥିବା ବେଳେ ,ଏବେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ରେ ଉଭୟ ଙ୍କୁ ଚିକିତ୍ସା କରା ଯାଇଥିବା ଜଣା ପଡ଼ିଛି।ବ୍ୟବହୃତ ବୋଲେରୋ ଟି କୁ ମଧ୍ୟ ନଷ୍ଟ କରି ଦେଇଥିବା ଜଣା ପଡ଼ିଛି।ଏ ଖବର ପ୍ରଚାରିତ ହେବା ପରେ କେନ୍ଧୁଝର ଖଣି ବିଭାଗ ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳକୁ ଆସୁଥିବା ବେଳେ ବିଭାଗ ତରଫରୁ ବର୍ତମାନ ଥାନା ରେ ଏତେଲା ଦିଆଯାଇଥିବା ଜଣା ପଡ଼ିଛି।ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଁଚି ଅନୁସଧାନ ଚଳାଇଛି l
