ମରଣ ଯନ୍ତା ସାଜିଛି ରୋଡ଼ଙ୍ଗ ଗ୍ରାମ ପଡିଆ ସାହି ରାସ୍ତା

ମରଣ ଯନ୍ତା ସାଜିଛି ରୋଡ଼ଙ୍ଗ ଗ୍ରାମ ପଡିଆ ସାହି ରାସ୍ତା।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଞ୍ଚାୟତ ଅନ୍ତର୍ଗତ ରୋଡଙ୍ଗ ଗ୍ରାମ ପଡିଆ ସାହି ରାସ୍ତା ସାଜିଛି ମରଣ ଜନ୍ତା। ଏହି ପଡିଆ ସାହି ରେ ପ୍ରାୟ ୬୦ ଘର ଲୋକ ବାସ କରି ଥାନ୍ତି। ଏହି ଗ୍ରାମକୁ ଗମନ ଗମନା ପାଇଁ ନା ଅଛି ଭଲ ରାସ୍ତା ନା ପାନୀୟ ଜଳ। ପିଲା ମାନଙ୍କ ପାଇଁ ପାଠ ପଢିବା ପାଇଁ ଏଠାରେ ସ୍କୁଲ ନଥିବା ବେଳେ ବିପଦ ସଂଙ୍କୁଳ ରାସ୍ତା ଦେଇ କୋମଳ ମତି ଶିଶୁମାନେ ପାଖ ଗ୍ରାମ ସର ବେରେଣି ପ୍ରାଥମିକ ବିଦ୍ୟାଳୟକୁ ନାଳ ପାର ହୋଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।ତ୍ୱରିତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବିହେଉଛି।

Leave a Reply

Your email address will not be published. Required fields are marked *