ଜନ୍ତୁ ଶିକାର କରିବାକୁ ଯାଇ ମୃତ୍ୟୁ ର ଫାସରେ ଫସିଗଲେ ଶିକାରୀ

-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡଳବା ସମୁଦ୍ର କୂଳରେ ଗତ ୧୭ତାରିଖ ରେ ରାଧୁସ୍ୱାଇଁ ଙ୍କ ମୃତ୍ୟୁ ଦେହ ଉଦ୍ଧାର ଘଟଣା ରେ ତଦନ୍ତ କରି ୫ଜଣ ଙ୍କୁ ଗିରଫ କରିଛି ଅସ୍ତରଙ୍ଗ ପୋଲିସ।ଦୀର୍ଘ ଚାରୀ ମାସହେବ ରାଧୁସ୍ୱାଇଁ ସମେତ ୫ଜଣ ଅଭିଯୁକ୍ତ ଆଇସିଣିଆ ନିକଟସ୍ତ ଜଙ୍ଗଲରେ ବିଦ୍ୟୁତ କରେଣ୍ଟ ଲଗାଇ ବନ୍ୟଜନ୍ତୁ ଶିକାର କରୁଥିଲେ। ଗତ ୧୬ତାରିଖ ରେ ବନ୍ୟ ଜନ୍ତୁ ଶିକାର ପାଈଁ ବିଦ୍ୟୁତ ତାର ବିଛାଇଥିବା ବେଳେ ସେହି କରେଣ୍ଟ ବୃଦ୍ଧ ରାଧୁସ୍ୱାଇଁ ଆଘାତ ଲାଗି ମୃତ୍ୟୁ ବରଣ କରିଥିବା ବେଳେ ମୃତ ବୃଦ୍ଧ ଙ୍କ ଶରୀର କୁ ଲୁଚାଇବା ପାଈଁ ୫ଜଣ ଅଭିଯୁକ୍ତ ସମୁଦ୍ର ରେ ରାଧୁସ୍ୱାଇଁ ଙ୍କ ମୃତ ଶରୀର କୁ ଫୋଫାଡ଼ି ଦେଇଥିଲେ। କିନ୍ତୁ ୧୭ତାରିଖ ସକାଳୁ ଗୁଣ୍ଡଳବା ସମୁଦ୍ର କୂଳରୁ ଉଦ୍ଧାର ହୋଇଥିଲା। ଏ ଘଟଣା ୫ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଯାହାକି SDPO ପ୍ରଭାତ ମଲ୍ଲିକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *