ବାରାହା ଜାଳରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ
ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ରେଞ୍ଜ ଦେଓଦରା ଗାଁରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ବାରାହା ଜାଲରେ ପଡ଼ି କଳରିଆପତରିଆ ବାଘର ମୃତ୍ୟୁ ହୋଇଛି। ଖଣ୍ଡବିଖଣ୍ଡିତ ମୃତଦେହ ମିଳିବାପରେ ଅଭିଯୁକ୍ତମାନେ ବାଘମାଂସ ମଧ୍ୟ ଖାଇଥିବାର ଅନୁମାନ କରାଯାଏ। ଖବର ପାଇ ନୁଆପଡ଼ା ବନ ବିଭାଗ ତରଫରୁ ଜିଲ୍ଲାରେ ୪ଟି ଟିମ ଗଠନ କରାଯାଇ ଦେଓଦରା ଗାଁରେ ଚ଼ଢ଼ାଉ କରାଯାଇଥିଲା। ମୃତ କଲରାପତରିଆ ବାଘର ଖଣ୍ଡ ବିଖଣ୍ଡିତ ମୃତଦେହକୁ ଜବତ କରାଯାଇଛି। ଦୁଇ ଜଣ ଙ୍କୁ ଗିରଫ କରିଛି କୋମନା ବନ ବିଭାଗ। ଆଉ ମଧ୍ଯ କେତେଜଣ ଏଥିରେ ସାମିଲ ଥାଇପାରନ୍ତି, ଏଣୁ ବନବିଭାଗ ଅଧିକ ତଦନ୍ତ ଜାରି ରଖିଛି।
