ଠାକୁରଙ୍କ ନିକଟରେ ଅଧିଆ ପଡ଼ିଥିବା ଯୁବକଙ୍କ ମୃତ୍ୟୁ
କୋଣାର୍କ-ରାମଚଣ୍ଡୀ ଥାନା ଅଧୀନ ବାବା ବାଲି କପିଳେଶ୍ଵର ମନ୍ଦିର ବାହାର ବେଢାରେ ୩ଦିନ ହେବ ଗୁହରିଆ ପଡିଥିବା ଭକ୍ତଙ୍କ ଆଜି ଭୋର ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।ସୂଚନାରୁ ଜଣାପଡେକି ପୁରୀ ଚକ୍ରତୀର୍ଥ ରୋଡ଼ ନୂଆସାହିର ଗୋବିନ୍ଦ ବେହେରା ( ୪୫ବର୍ଷ) ଦୀର୍ଘଦିନ ହେବ କ୍ୟାନ୍ସର ରୋଗରେ ପିଡିତ ଥିଲେ। ତିନିଦିନ ହେବ ବାବା କପିଳଳେଶ୍ଵର ପୀଠରେ ଗୁହାରିଆ ପଡିଥିଲେ। ଆଜି ସକାଳୁ ମନ୍ଦିର ଭିତରେ ବେଢାରେ ବସିଥିବା ଅବସ୍ଥାରେ ମୃତୁବରଣ କରିଥିବାରେ ମନ୍ଦିର ପୂଜକ ରାମଚଣ୍ଡୀ ଥାନାକୁ ଖବର ଦେବାରୁ ରାମଚଣ୍ଡୀ ଥାନା ଅଧିକାରୀ ବିଚିତ୍ରାନନ୍ଦ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ରାମଚଣ୍ଡୀ ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୭/୨୦୨୫ ରୁଜୁ କରି ପୁରୀ ମେଡ଼ିକାଲକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି।ରାମଚଣ୍ଡୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ମନ୍ଦିରରେ ପ୍ରଭୁଙ୍କ ମାଘ ସ୍ନାନ ହୋଇଥିବା ଜଣାପଡିଛି।
