ଗିରିଧାରୀ ସାହୁ ଙ୍କ ପବିତ୍ର ଗୀତା ଜୟନ୍ତି ରେ ଦେହାନ୍ତ
ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ବରିଷ୍ଠ ସମାଜସେବୀ ଗିରିଧାରୀ ସାହୁ ଙ୍କ ପବିତ୍ର ଗୀତା ଜୟନ୍ତି ରେ ଦେହାନ୍ତ।ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ ର ଝାରଦା ଗ୍ରାମ ର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ବ୍ରିଟିଶ ସମାଜସେବୀ ତଥା ବ୍ରାହ୍ମଣୀ ଦେବୀ ଙ୍କ ସେବକ ଗିରିଧାରୀ ସାହୁ ୯୪ ବର୍ଷ ବୟସ ରେ ଇହଲିଳା ସମ୍ବରଣ କରିଛନ୍ତି। ଷଡ଼ଙ୍ଗୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଷଡ଼ଙ୍ଗୀ ଉଚ୍ଚ ବିଦ୍ୟାଳୟ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଝାରଦା କୀର୍ତ୍ତନ ମଣ୍ଡଳୀ ର ପୂର୍ବତନ ମୂଖ୍ୟ ଥିଲେ। ସେ ହେଉଛନ୍ତି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ,ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ, ଶିକ୍ଷକ ଅକ୍ଷୟ କୁମାର ସାହୁ ଙ୍କ ପିତା। ତାଙ୍କ ମୃତ୍ୟୁଶଯ୍ଯା ନିକଟରେ ବଡ଼ଝିଅ ସତ୍ୟଭାମା, ମଝିଆଁ ଝିଅ ସାବିତ୍ରୀ, ସରସ୍ଵତୀ,ସାନଝିଅ ମନି ଭାଣେଜି ବୁଟି ଉପସ୍ଥିତ ହୋଇ ଥିଲେ। ତାଙ୍କ ବିୟୋଗ ରେ ଅବସରପ୍ରାପ୍ତ ସିବିଆଇ ସ୍ବତନ୍ତ୍ର ବିଚାରପତି ଭିକାରୀ ଚରଣ ରାଉତ, ପୂର୍ବତନ ପଞ୍ଚାୟତ ସମିତିଅଧ୍ଯାକ୍ଷା କୁନଲତା ଦେହୁରୀ ବୈଶ୍ଯ ବଣିକ ସମାଜ ସଂଗଠନ ସମ୍ପାଦକ ସୁଶାନ୍ତ କୁମାର ପୃଷ୍ଟି , ଢେଙ୍କାନାଳ ସାନ୍ଧ୍ଯମହାବିଦ୍ଯାଳୟ ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।
