ସଡ଼କ ଦୁର୍ଘଟଣାରେ ଲଷ୍ମୀବସ ଡ୍ରାଇଭର ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଲଷ୍ମୀବସ ଡ୍ରାଇଭର ମୃତ୍ୟୁ l
ଫୁଲବାଣୀ:ନିପ୍ର:-୧୧/୦୮ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଖଜୁରୀପଡ଼ା ଥାନା ଅନ୍ତର୍ଗତ ପାବେରୀ ଗ୍ରାମର ଆଲୋକ ବେହେରା (୩୧) ଲଷ୍ମୀବସ ଡ୍ରାଇଭର ନୟାଗଡ଼ ଜିଲ୍ଲା କୁଳୁରୁ କୁମ୍ପା ଗ୍ରାମ ନିଜ ସମ୍ପର୍କୀୟ ଘରକୁ ଯାଇ ବାଇକ ଗାଡ଼ି ନଂ OD12 0924 ରେ ଫେରୁଥିବା ସମୟରେ ବାରିଙ୍ଗି ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି l ହେଲେ ଦୁର୍ଘଟଣାଟି କେମିତି ହୋଇଛି ସେ ନିଜେ ଭାରସାମ୍ୟ ହରାଇ ପଡ଼ି ଯାଇଛନ୍ତି ନା କୌଣସି ଅଜଣା ଗାଡ଼ି ଧକା ଦେଇ ଚାଲି ଯାଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ l ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି ସମ୍ପୂର୍ଣ ତଦନ୍ତ ପରେ ରିପୋର୍ଟ ରୁ ଜଣା ପଡ଼ିବ l ସ୍ୱର୍ଗତ ଆଲୋକ ବେହେରା ଜଣେ ଉତ୍ତମ ଚରିତ୍ର ଓ ମିଷ୍ଟଭାସି ପରାଉପକାରୀ ଥିଲେ ଓ ଗାଡ଼ି ଚାଳକ ଡ୍ରାଇଭର ତାଙ୍କର ପେସା ଥିଲା ଖଜୁରୀପଡ଼ା ଠାରୁ ବିଭିନ୍ନ ଅଞ୍ଚଳକୁ ଚଳ ପ୍ରଚଳ କରୁଥିବା ସରକାରଙ୍କର ପାରିବହନ ସେବା ବସ ଚଳାଉଥିଲେ l ଦୁର୍ଘଟଣା ସ୍ଥାନରୁ ସୋମବାର ସକଳୁ ଉଦ୍ଧାରକରି ଆଣି ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ ଡାକ୍ତର ଖାନାକୁ ଅଣା ଯାଇଥିଲା ଓ ସେଠାରେ ରଖାଯାଇ ସେଠାରୁ ବୌଦ୍ଧ ଡାକ୍ତର ଖାନାକୁ ନେଇ ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଗଲା ପରେ ପରିବାର ନିଜ ଗ୍ରାମକୁ ଅଣା ଯାଇ ଅନ୍ତିମ ସତ୍କାର କରାଯଇଥିବା ଜଣା ପଡ଼ିଛି l ଏହି ଘଟଣାକୁ ନେଇ ପାବେରୀ ଗ୍ରାମରେ ଓ ଡ୍ରାଇଭର ସଂଘ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି l ବିଭିନ୍ନ ମହଲରୁ ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆଲୋକ ଙ୍କ ଅମର ଆତ୍ମାର ସଦଗତୀ କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l

Leave a Reply

Your email address will not be published. Required fields are marked *