ନାବାଳିକା ଙ୍କ ହାଡ କଙ୍କାଳ ଉଦ୍ଧାର , ବାପା ଆଣିଲେ ହତ୍ୟା ଅଭିଯୋଗ
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡ଼ି ପଞ୍ଚାୟତ କୋଟାମଣି ପାହାଡ ତଳ ଜଙ୍ଗଲରୁ ଗତ କାଲି ଜଣେ ଅଜଣା ବ୍ୟକ୍ତିଙ୍କ ଖପୁରୀ, ପାଞ୍ଜିରା, ହାଡ ଜବତ ହେବା ସହ ମୋବାଇଲ୍ , ପ୍ୟାଣ୍ଟ୍, ବେକର୍ ମାଳି ଜବତ ହୋଇଥିଲା । ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ସୂଚନା ମୁତାବକ ଟିକାବାଲି ଅଞ୍ଚଳର କାମାକ୍ଷା ମହାପାତ୍ର ଙ୍କ ଝିଅ ସବୁଦିନ ଭଳି ଟ୍ୟୁସନ୍ ଯାଇଥିଲେ କିନ୍ତୁ 27 ଫେୃୟାରୀ ଦିନ ଟ୍ୟୁସନ୍ ରୁ ଘରକୁ ଫେରି ନଥିଲେ ଯାହାକୁ ନେଇ ଘର ଲୋକ ସ୍ଥାନୀୟ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତକାଲି ମିଳିଥିବା କଙ୍କାଳ ବିଷୟରେ ପୋଲିସ ଠାରୁ ସୂଚନା ପାଇ ଘଟଣା ସ୍ଥଳରେ ଘର ଲୋକ ପହଞ୍ଚିବା ସହ ଶବଟି ନିଜ ଝିଅର ବୋଲି ଚିହ୍ନଟ କରିଥିଲେ । ଝିଅ ର ବାପା ଙ୍କ କହିବା ଅନୁସାରେ ପୋଲିସ ଏହି ଘଟଣା ବାବଦରେ ଥାନାରେ କିଛି ଲୋକଙ୍କୁ ରଖି ପଚରା ଉଚରା କରୁଥିବା ବେଳେ ପୋଲିସ ତରଫରୁ ଏନେଇ କୌଣସି ସୂଚନା ମିଳିନାହିଁ । ହେଲେ ବାପାଙ୍କ କହିବା ଅନୁସାରେ ତାଙ୍କ ଝିଅକୁ ମାରିଦିଆ ଯାଇଥିବା ବା ହତ୍ୟା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଘଟଣା ସ୍ଥଳରେ ଆସିକା SDPO, ସାଇଟିଫିକ ଟିମ୍ ଓ ସୋରଡ଼ା ପୋଲିସ ରହି ତଦନ୍ତ କରୁଛନ୍ତି ।
