ପୁର୍ବତନ ସରପଞ୍ଚଙ୍କ ଦେହାନ୍ତ
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ରଘୁନାଥପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମକୃଷ୍ଣ ପଣ୍ଡା,(ସୁକନନା) 100 ବର୍ଷ ବୟସରେ ଆଜି ନିଜ ବାସଭବନରେ ଇହଲିଳା ସମ୍ବରଣ କରିଛନ୍ତି.ରଘୁନାଥପୁର ବ୍ଲକ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସେ ରଘୁନାଥପୁର ପଞ୍ଚାୟତ ରୁ 5 ଥର ସରପଞ୍ଚ ରୂପେ ନିର୍ବାଚିତ ହୋଇଥିଲେ ଏବଂ ରଘୁନାଥପୁର ମଡେଲ ସ୍କୁଲ,ଅଯୋଧ୍ଯା ପୁର ପ୍ରାଇମେରୀ ସ୍କୁଲ୍ ଗଠନରେ ତାଙ୍କର ମୁଖ୍ୟ ଭୂମିକା ନିଭାଇଥିଲେ.ସେ ଢଣେ ଜାତୀୟ କଂଗ୍ରେସ ର ସକ୍ରିୟ ସଦସ୍ୟ ସହିତ ବ୍ଲକ କଂଗ୍ରେସ କମିଟି ତରଫରୁ ସଭାପତି ରହି ଦଳଗତ ନିର୍ବିଶେଷରେ ସମସ୍ତଙ୍କ ପାଇଁ କାର୍ଯ୍ୟ କରୁଥିଲେ .ସେ ଆଗଧାଡିର କଂଗ୍ରେସର ପୁରୁଖା ନେତା କହିଲେ ଅତ୍ୟୁକ୍ତି ହେବନାହିଁ ତେଣୁ ତାଙ୍କୁ ରଘୁନାଥପୁର ଅଞ୍ଚଳର ଚାଣକ୍ଯ ବୋଲି କହୁଥିଲେ. ସେ ଜଣେ ନିଷ୍ଠାପର ବ୍ରାହ୍ମଣ ଓ ଶକ୍ତି ଉପାସକ ଥିଲେ,ତାଙ୍କର ମୃତ୍ଯୁରେ ରଘୁନାଥପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଏବଂ ତାଙ୍କର ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି ଜଗତ୍ସିଂହପୁର ଜିଲ୍ଲା
ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ
