ସୋମ୍ୟାଶ୍ରୀ ମୃତ୍ୟୁର ବିଚାରବିଭାଗୀୟ ତଦନ୍ତ
ସୋମ୍ୟାଶ୍ରୀ ମୃତ୍ୟୁର ବିଚାରବିଭାଗୀୟ ତଦନ୍ତ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ sfi ଓ DYFI ର ବିକ୍ଷୋଭ ପ୍ରଦର୍ଶନ।
ବ୍ରହ୍ମପୁର – ଆଜି sfi ଓ dyfi ପକ୍ଷରୁ ସୋମ୍ୟାଶ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ଶୋଭାଯାତ୍ରା ଓ ଖଲ୍ଲିକୋଟ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏଥିରେ sfi ର ପୂର୍ବତନ ରାଜ୍ୟ ସଭାପତି ଅଳି କିଶୋର ପଟ୍ଟନାୟକ ଓ dyfi ର ପୂର୍ବତନ ରାଜ୍ୟ ସଭାପତି ଯୁଧିଷ୍ଠିର ବେହେରା ରାଜ୍ୟରେ ବିଜେପି ସରକାର ମହିଳା ଓ ଛାତ୍ରୀ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ବୋଲି କହିଥିଲେ। ଗତ ଏକ ବର୍ଷରେ ରାଜ୍ୟରେ ଅପରାଧ ରେକର୍ଡ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଥିଲେ।
ଫକୀର ମୋହନ କଲେଜର ଛାତ୍ରୀ ମୃତ୍ୟୁ ଏହାର ଜ୍ୱଳନ୍ତ ଉଦାହରଣ।
ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ୱର mp ଓ mla ଘଟଣା ସମ୍ପର୍କରେ ଅବଗତ ଥାଈ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଦାୟିତ୍ୱ ହୀନତାର ପରିଚୟ। ତେଣୁ ଘଟଣାର ବିଚାରବିଭାଗୀୟ ତଦନ୍ତ ,ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଓ ଉପରାଧିଙ୍କ ବିରୋଧରେ ଦୃଢ଼ କାର୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଥିଲେ।
ଆସନ୍ତା ୧୭ ତାରିଖ ଦିନ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାମ ଚନ୍ଦ୍ର ନାୟକ, ଅଜୟ ଗୌଡ଼, ବିଷ୍ଣୁପ୍ରିୟା ସାହୁ,ଚନ୍ଦ୍ର ଶେଖର ନାୟକ,ଶିଵ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହା ସହିତ ଏ ଆଇ ଡି ଏସ ଓ, ଛାତ୍ର କଂଗ୍ରେସ, ଛାତ୍ର ବିଜେଡ଼ି ପକ୍ଷ ରୁ ମଧ୍ୟ ଶଶୀଭୂଷଣ ମହିଳା ମହାବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଗେଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
