ସୌମ୍ୟାଶ୍ରୀ ମୁତ୍ୟୁ ର ବିଚାରବିଭାଗୀୟ ତଦନ୍ତ

ସୌମ୍ୟାଶ୍ରୀ ମୁତ୍ୟୁ ର ବିଚାରବିଭାଗୀୟ ତଦନ୍ତ ଦାବିରେ ଶ୍ରମିକ କଂଗ୍ରେସ ପକ୍ଷରୁ ଓଡିଶା ବଂଦ। ——————————-ବ୍ୟାସନଗର ଆଜି ତା ୧୭, ୦୭, ୨୦୨୫ ରିଖ ଭାରତୀୟ ଜାତୀୟ କଂଗ୍ରେସ ଓ ମିଳିତ ବିରୋଧୀ ଦଳ ପକ୍ଷରୁ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା ର ବିଚାରବିଭାଗୀୟ ତଦନ୍ତ ଓ ନାରୀନ୍ୟାୟ ତଥା ମୁଖ୍ୟମନ୍ତ୍ରୀ, ଉଚ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ (କେ, କେ ସି ) ପକ୍ଷରୁ ଦମକଳଗୋଲାଇ ଛକ(୨୦ନମ୍ବର ଜାତୀୟ ରାଜପଥ ) ଠାରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱ ରେ ସକାଳ ୬ ଘଣ୍ଟା ଠାରୁ ରାସ୍ତା ଉପରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା, ଫଳରେ କେନ୍ଦୁଝର, କଳିଙ୍ଗନଗର ପାଣିକୋଇଲି ଆଡୁ ଆସୁଥିବା ସମସ୍ତ ଯାତାୟାତ ଠପ ହୋଇଯାଇଥିଲା। ଏହି ବଂଦ କୁ ସମର୍ଥନ କରି କୁଆଁରଦା, ଚନ୍ଦମା, ନୂଆଗଡ, କହେଁଇପୁର ଓ ସାନ୍ତାରାପୁର ଗ୍ରାମର ବହୁ ଯୁବକ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିବାଦ ସଭା ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ବାବା ସାହେବ ଆମ୍ବେଦକର ସୃତି ସଂସଦର ସାଧାରଣ ସମ୍ପାଦକ ବାବୁଲାଲ ଗୁରୁ ବରିଷ୍ଠ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, କେ, କେ ସି, ନେତା ପଦ୍ମନାଭ ନାୟକ ବିଭୂତି ଭୂଷଣ ବଳିଆର ସିଂ,ପରୀକ୍ଷିତ ମଲିକ, ମହିନ୍ଦ୍ର କୁମାର ମହାପାତ୍ର ବିଦ୍ୟାଧର ଯେନା ପ୍ରତାପକୁମାର ଦାସ,ଜିଲ୍ଲା ଓ ଵି ସି ସେଲ ନେତା ପ୍ରଶାନ୍ତ କୁମାର ସାହୁ ଓ ଯୁବ କଂଗ୍ରେସ ନେତା ଅମିତ କୁମାର ଜେନା ସେକ ବଦ୍ରି ପ୍ରମୁଖ ରାଜ୍ୟ ବି ଜେ ପି, ସରକାର ଏକ ବର୍ଷ ମଧ୍ୟରେ ୧୫ ଶହ ରୁ ଉର୍ଦ୍ଧ ନାରୀ ନିର୍ଯାତନା ଗଣଦୁଷ୍କର୍ମ, ଛାତ୍ରୀ ଆତ୍ମହତ୍ୟା ଓ ମୁଖ୍ୟମନ୍ତ୍ରୀ ଙ୍କ ବିଧାନସଭା ରେ ଘୋଷଣା ଅନୁସାରେ ୨୫ ହଜାର ରୁ ଉର୍ଦ୍ଧ ଛାତ୍ରୀ, ମହିଳା ଙ୍କ ଅପହରଣ ଆଜି ସାରା ଦେଶରେ ଆଲୋଚନା ର ବିଷୟ ହୋଇଛି। ଏଫ। ଏମ, କଲେଜ ଛାତ୍ରୀ ମୁର୍ତ୍ୟୁ ଘଟଣା ଜଣେ ସିଟିଙ୍ଗ ଜଜଙ୍କ ଦ୍ୱାରା ତଦନ୍ତ କରିବା ସହିତ ସୌମ୍ୟାଶ୍ରୀ ଯେଉଁ ମାନଙ୍କ ଠାରେ ନ୍ୟାୟ ପାଇଁ ନିବେଦନ କରି ବଂଚିତ ହୋଇଥିଲେ ସେମାନଂକୁ ପକ୍ଷ ଭୁକ୍ତ କରିବାକୁ ବକ୍ତା ମାନେ ଦାବି କରିଥିଲେ। ଏହା ପରେ ଏକ ମୋଟର ସାଇକେଲ ରାଲ୍ଲୀ ସହର ପରିକ୍ରମା କରି କଂଗ୍ରେସ ଓ ସି ପି ଏମ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ସେଠାରେ ବିଦ୍ୟାଧର ମହାନ୍ତି ପ୍ରଫୁଲ୍ଲ ନାୟକ ମଧ୍ୟ୍ୟ ଆନ୍ଦୋଳନ କାରୀଙ୍କୁ ଉଦବୋଧନ ଦେଇଥିଲେ।

Leave a Reply

Your email address will not be published. Required fields are marked *