ଅଜଣା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
ଅଜଣା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
କୋଣାର୍କ, ୧୮.୦୯- କୋଣାର୍କ ଥାନା ଅନ୍ତର୍ଗତ ଇନ୍ଦିରା ବଜାର ନିକଟ ଓସଳଙ୍ଗ ଛକ ନିକଟରେ ଥିବା ପରିତ୍ୟକ୍ତ ପେଟ୍ରୋଲ ପମ୍ପ ନିକଟରୁ ଜଣେ ଅଜଣା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ବୁଧବାର ରାତିରେ ଅପରିଚିତ ମାନସିକ ଅନଗ୍ରସର ବୃଦ୍ଧ ବ୍ୟକ୍ତି ବେହୋସ୍ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ କିଛି ଯୁବକ ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ କୋଣାର୍କ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରାଯାଇ ଗୋପ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। କୋଣାର୍କ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂରକ୍ଷିତ ରଖା ଯାଇଥିବା ନେଇ ସୂଚନା ମିଳିଛି।
