ଦେବପ୍ରସାଦ ନାୟକ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନିଯୁକ୍ତି

Date-28/09/25*- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଂଚାୟତ ର ଯୁବ ସଂଗଠକ ଦେବପ୍ରସାଦ ନାୟକ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ ପାଇଛନ୍ତି । ଶ୍ରୀ ନାୟକ ପୂର୍ବରୁ ବିଭିନ୍ନ ସମୟରେ ଛାତ୍ର, ଯୁବ ସଂଗଠନ ର ସଫଳତାର ସହିତ ନେତୃତ୍ୱଭାର ତୁଲାଇଥିବା ବେଳେ ଏବେ ପିସିସି ସଭ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ପ୍ରାୟ 30 ବର୍ଷ ରୁ ଉର୍ଦ୍ଧ୍ବ ହେବ ଶ୍ରୀ ନାୟକ ଜିଲ୍ଲା ସଭାପତି ନିଯୁକ୍ତ ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି । ଶ୍ରୀ ନାୟକ ସଭାପତି ହେବା ଫଳରେ ଜିଲ୍ଲାରେ କଂଗ୍ରେସ ତାର ପୂର୍ବ ସ୍ଥିତି କୁ ଫେରିବା ସହିତ ଦଳୀୟ ସଂଗଠନ ଅଧିକ ସୁଦୃଢ ହେବା ସହିତ ସଂକଳ୍ପ, ସଂଘର୍ଷ ଓ ସମର୍ପଣ ରାହୁଲ ଗାନ୍ଧୀ ଙ୍କ ବାର୍ତ୍ତା କୁ ଗୃରୁତ୍ୱ ଦେବା ସହିତ ଯୁବପିଢ଼ି ମାନଙ୍କୁ ଏହି ମାର୍ଗ ରେ ଯିବାପାଇଁ ସଭାପତି ଆହ୍ୱାନ କରିଛନ୍ତି ।

Leave a Reply

Your email address will not be published. Required fields are marked *