ଦେବତା
ପିତା ମାତା ଅଟେ ‌ଚଳନ୍ତି ଠାକୁର
କରିବନି କେବେ ହେଳା
ଯଦି କେବେ ତୁମେ ହେଳା ଯେ
କରିବ
ବୁଡିବ ତୁମରି ଭେଳା।
ସତ୍ୟ ସନାତନ ସତ୍ୟ ଯେ ମହାନ୍
ଦେବ ପୂଜା ମନେଦିଅ
ପିତା ମାତା ଙ୍କର ଆଶିଷ ଲଭିଣ
ମର୍ତ୍ତ୍ୟ ପୁରୁ ପାରି ହୁଅ।
ଗୁରୁ ଙ୍କ ପୟରେ ଭକ୍ତି ଭାବ ରଖ
ଗୁରୁ ଙ୍କ ଆଶିଷ ପାଇଁ
ସେ ଆଶିଷ ରେ ତୁମେ କୃତକାର୍ଯ୍ୟ ହେବ
ଜୀବନେ ଯିବ ଆଗେଇ।
ବ୍ରାହ୍ମଣ ହୁଅନ୍ତି ଘରର ପୁରୋଧା
ଘର ର ମଙ୍ଗଳ ପାଇଁ
ପ୍ରତ୍ୟେକ କାର୍ଯ୍ୟ ରେ ସନମାନ ଦେବ
ଘର ର ଉନ୍ନତି ପାଇଁ।
ପିତା ମାତା, ଗୁରୁ ବ୍ରାହ୍ମଣ‌ ଅଟନ୍ତି
ଏମାନେ ଚାରି ଦେବତା
ଅଣଦେଖା କେବେ କରିବ ନାହିଁ ଯେ
ଏମାନେ ଭାଗ୍ୟ ବିଧାତା।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା

Leave a Reply

Your email address will not be published. Required fields are marked *