ମହାବିଦ୍ୟାଳୟରେ ବୈତରଣୀ ବକୃତାମାଳା ଅନୁଷ୍ଠିତ
ମହାବିଦ୍ୟାଳୟରେ ବୈତରଣୀ ବକୃତାମାଳା ଅନୁଷ୍ଠିତ ଆନନ୍ଦପୁର ମହାବିଦ୍ୟାଳୟ ରେ ଦ୍ୱାଦଶ ବୈତରଣୀ ବତ୍କୃତା ମାଳା ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡ଼କ୍ଟର ନାରାୟଣ ମିଶ୍ର ଙ୍କ ସଭାପତିତ୍ତ୍ୟ ରେ ଅନୁଷ୍ଠିତ ହୋଇଯାଇଅଛି. I ପ୍ରାରମ୍ଭ ରେ ଆବାହକ ପ୍ରାଧ୍ୟାପକ ଡ଼କ୍ଟର ଶକ୍ତି ପ୍ରସାଦ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ.ଛାତ୍ରଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗା ନ କରିବାପରେ ଅଧ୍ୟାପକ ଡ଼କ୍ଟର ବଶିଷ୍ଟ ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ.ରଘୁଦୀପ୍ତି ନାୟକ ସଭା ସଂଯୋଜନା କରି ଥିବା ବେଳେ ପତିତପାବନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ.ସମ୍ମାନିତ ବକ୍ତା ଭାବେ ପ୍ରଫେସସର ହରେକ୍ରିଷ୍ନଶତପଥି ଓ ଡ଼କ୍ଟର କମଳା କାନ୍ତ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପ୍ରଧ୍ୟାପକ ପ୍ରଦୀପ କୁମାର ଧଳ,ଶିବ ଚରଣ ବେହେରା ଓ ଡ଼କ୍ଟର ନିମାଇଁ ଚରଣ ରାଉତ ଯୋଗଦେଇଥିଲେ.ସର୍ବ ପ୍ରଥମେ ପୁଷ୍ପଲତା ରାମ ଜଗନ୍ନାଥ ଭଜନ ଓ ଛାତ୍ରି ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା.ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ପ୍ରମୋଦ କୁମାର ରାଜ ଗୋପବନ୍ଧୁ ପଣ୍ଡା ତଥା ଅବସରପ୍ରାପ୍ତ demonstrator,ଓ ଅନ୍ୟାନ୍ୟ କର୍ମଚାରୀ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ.ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ କାଁହୁ ଚରଣ ଜେନା ଶ୍ରୀଲେଖ ସାହୁ କାର୍ଯ୍ୟକ୍ରମ ରେ ସହୋଜୋଗକରିଥିଲେ.
