୭୫ଜଣ ବରପୁତ୍ରଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ନିଷ୍ପତ୍ତି
ଭୁବନେଶ୍ୱର୨୫ ସେପ୍ଟେମ୍ବର, ୨୦୨୫ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ଓଡ଼ିଶାରେ ୭୫ଜଣ ବରପୁତ୍ରଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।*ପୁରୀ ଜିଲ୍ଲାରେ* ଭକ୍ତ ମନେଇ ସାହୁ, ଅଟଳ ବିହାରୀ ବାଜପେୟୀ, *ଖୋର୍ଦ୍ଧା ଜିଲ୍ଲାରେ* ସ୍ବର୍ଗତ ବିଶ୍ୱନାଥ ଦାସ, କବି ସଚ୍ଚିଦାନନ୍ଦ ରାଉତରାୟ, କବି କୁନ୍ତଳା କୁମାରୀ ସାବତ, ବୀର ସୁରେନ୍ଦ୍ର ସାଏ, ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀ, ବୀର ସିଡୋ ମୁର୍ମୁ ଓ କାହ୍ନୁ ମୁର୍ମୁ, ରବି ରାୟ, ବିନାୟକ ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ରାଧାନାଥ ରଥ, ଲାଲ ବାହାଦୁର ଶାସ୍ତ୍ରୀ, ସ୍ବର୍ଗତ ହେମାନନ୍ଦ ବିଶ୍ୱାଳ, ପିଣ୍ଡିକି ବାହୁବଳେନ୍ଦ୍ର, ଧରଣୀଧର ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, *ବାଲେଶ୍ୱର ଜିଲ୍ଲାରେ* କବିବର ରାଧାନାଥ ରାୟ, ମୁକୁନ୍ଦ ପ୍ରସାଦ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ରାଧାନାଥ ରାୟ, ଖୁଦିରାମ ବୋଷ, *ଜଗତସିଂହପୁର ଜିଲ୍ଲାରେ* ଜାତୀୟ କବି ବୀର କିଶୋର ଦାସ, ଶାରଳା ଦାସ, ଅଟଳ ବିହାରୀ ବାଜପେୟୀ, ମହେଶ ଚନ୍ଦ୍ର ସୁବାହୁସିଂହ, *ନୟାଗଡ଼ ଜିଲ୍ଲାରେ* ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର, ପଠାଣି ସାମନ୍ତ, *କଟକ ଜିଲ୍ଲାରେ* ଭୈରବ ମହାନ୍ତି, ସରଳା ଦେବୀ, ରାଣୀ ସୁକଦେବୀ, କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକ, ନୀଳମଣି ବିଦ୍ୟାରତ୍ନ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ଗଙ୍ଗାଧର ମେହେର, *ବରଗଡ଼ ଜିଲ୍ଲାରେ* କୁଞ୍ଜ ବିହାରୀ ଦାସ, ଗଙ୍ଗାଧର ମେହେର, ମନହୋର ସିଂହ, *ଅନୁଗୋଳ ଜିଲ୍ଲାରେ* ବି.ଆର ଆମ୍ବେଦକର, ନବକୃଷ୍ଣ ଚୌଧୁରୀ, *ଢେଙ୍କାନାଳ ଜିଲ୍ଲାରେ* ସାରଙ୍ଗଧର ଦାସ, ବାଜି ରାଉତ, *ଭଦ୍ରକ ଜିଲ୍ଲାରେ* ବିପ୍ଲବୀ ଚକ୍ରଧର ବେହେରା, ସହିଦ ନିରଞ୍ଜନ ବେହେରା, ସ୍ୱାମୀ ବିବେକାନନ୍ଦ, ଭଦ୍ରକ ଜିଲ୍ଲା ଧୂସୁରୀରେ ଅଟଳ ବିହାରୀ ବାଜପେୟୀ, ବାଞ୍ଛାନିଧି ମହାନ୍ତି, ମୁରଲୀଧର ପଣ୍ଡା, ଲକ୍ଷ୍ମୀକାନ୍ତ ମହାପାତ୍ର, ଚାନ୍ଦବାଲିରେ ଅଟଳବିହାରୀ ବାଜପେୟୀ *ବଲାଙ୍ଗୀର ଜିଲ୍ଲାରେ* ଡ଼. ହରେକୃଷ୍ଣ ମହତାବ, ଗଙ୍ଗାଧର ମେହେର, *ଗଞ୍ଜାମ ଜିଲ୍ଲାରେ* ଦିବାକର ପଟ୍ଟନାୟକ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ, ଜୟମଙ୍ଗଳ ରଥ, ସନ୍ଥ ଅରକ୍ଷିତ ଦାସ, ପଦ୍ମଶ୍ରୀ ଭଗବାନ ସାହୁ, ହରିହର ମର୍ଦ୍ଦରାଜ, ଚକରା ବିଷୋୟୀ, ସହିଦ ଭଗତ ସିଂ, ଶଶୀ ଭୂଷଣ ରଥ *ସମ୍ବଲପୁର ଜିଲ୍ଲାରେ* ଲକ୍ଷ୍ମଣାନନ୍ଦ ସରସ୍ବତୀ, ଉତ୍କଳମଣି ଗୋପବନ୍ଧୁ ଦାସ, ବୀର ଛବିଳ ସାଏ, ଚନ୍ଦ୍ରଶେଖର ଆଜାଦ, *କେନ୍ଦ୍ରାପଡ଼ା ଜିଲ୍ଲାରେ* ମଧୁସୂଦନ ଦାସ, *ମୟୂରଭଞ୍ଜ ଜିଲ୍ଲାରେ* ପଣ୍ଡିତ ରଘୁନାଥ ମୁର୍ମୁ, ଦିନଦୟାଲ ଉପାଧ୍ୟାୟ, ଅଟଳବିହାରୀ ବାଜପେୟୀ *କୋରାପୁଟ ଜିଲ୍ଲାରେ* ଶ୍ୟାମା ପ୍ରସାଦ ମୁଖାର୍ଜୀ, *କଳାହାଣ୍ଡି ଜିଲ୍ଲାରେ* ରେଣ୍ଡୋ ମାଝୀ, *କେନ୍ଦୁଝର ଜିଲ୍ଲାରେ* ରମାଦେବୀ, *ସୋନପୁର ଜିଲ୍ଲାରେ* ଭୀମଭୋଇ ଓ *ରାୟଗଡ଼ା ଜିଲ୍ଲରେ* ସହିଦ ଲକ୍ଷ୍ମଣ ନାଏକ ଆଦି ବରପୁତ୍ରଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।ପ୍ରାୟ ୧୪ କୋଟି ଟଙ୍କାର ବ୍ୟୟରେ ଓଡ଼ିଶାରେ ୭୫ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଏହି ସମସ୍ତ କାର୍ଯ୍ୟ ଆସନ୍ତା ବର୍ଷ ଶେଷ ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ
