ସେବା ପାଇଁ ସମର୍ପିତ ସୁଦର୍ଶନ
କାକଟପୁର, ୨୦.୦୯- କାକଟପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ସମାଜସେବୀ ସୁଦର୍ଶନ ସେବା କାର୍ଯ୍ୟ ପାଇଁ ନିଜକୁ ସମର୍ପିତ କରିଛନ୍ତି। ଜଗସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇଙ୍କ ପୁରୀ ଜିଲ୍ଲା ପ୍ରତିନିଧି ଭାବେ ନିୟୋଜିତ ସୁଦର୍ଶନ ସ୍ବାଇଁ ନିଜର ସରଳ ସ୍ଵଭାବ ଓ ସାହାର୍ଯ୍ୟକାରୀ ମନୋଭାବ ପାଇଁ ଅଞ୍ଚଳରେ ବେଶ୍ ଜଣାଶୁଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସେବା ପକ୍ଷ ଚାଲିଥିବା ବେଳେ ସେ ନିଜର ଅମୂଲ୍ୟ ରକ୍ତଦାନ କରି ଯୁବ ପୀଢ଼ି ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଛନ୍ତି। ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ବିଜେପି କର୍ମକର୍ତ୍ତା ଓ ସାମ୍ବାଦିକ ମାନେ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ। ତାଙ୍କର ସ୍ବେଚ୍ଛାସେବୀ କାର୍ଯ୍ୟ ପାଇଁ ତାଙ୍କୁ ସାଧାରଣରେ ପ୍ରଶଂସା କରାଯାଉଛି। ଆଗାମୀ ଦିନରେ ସେ ନିୟମିତ ରକ୍ତଦାନ କରିବା ସହ ସମାଜସେବା, ବୃକ୍ଷ ରୋପଣ, ସ୍ବଚ୍ଛତା ଆଦି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମତବ୍ୟକ୍ତ କରିଛନ୍ତି।
