ଯୋଡାଲିଙ୍ଗଙ୍କ ନିକଟରେ ଦୀପଦାନ
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନାକରି ଯୋଡାଲିଙ୍ଗଙ୍କ ନିକଟରେ ଦୀପଦାନ lଦୁଇଦିନ ପୂର୍ବେ ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଓ ବର୍ତମାନ ପୁରୀ ବିଜୁ ଜନତା ଦଳର ଜିଲ୍ଲା ସଭାପତି ନିଜ ଶରୀର ଅସୁସ୍ଥତା ହେତୁ ଭୁବନେଶ୍ୱର ରେ କେୟାର ହସ୍ପିଟାଲ ରେ ଚିକିର୍ସିତ ହେଉଥିବା ବେଳେ ମହେଶ୍ୱର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି କେବଳ ପୁରୀ ନୁହେଁ ସାରା ଓଡିଶାର ପ୍ରସିଦ୍ଧ ଶୈବ ପିଠ ବାବା ଯୋଡାଲିଙ୍ଗଙ୍କ ପୀଠରେ ଦୀପଦାନ କରିଛନ୍ତି ପୁରୀ ସଦର ର ବିଜୁ ଜନତା ଦଳର କର୍ମୀମାନେ l

ଏହି କାର୍ଯ୍ୟକ୍ରମ ରେ ପୁରୀ ସଦର ବ୍ଲକର ପୂର୍ବତନ ଜିଲ୍ଲାପରିଷଦ ସୁବାସ ସ୍ୱାଇଁଙ୍କ ସହିତ ଛଇତନା, ଇତିଭୂୟାଁ, ଗଡ଼ ଭିଙ୍ଗୁରା, ଗଡ଼ ମୃଗଶିରା, ବାଲିପୁଟ, ଚାଳିଶିବାଟିଆ ଓ ଅନ୍ୟ ପଞ୍ଚାୟତ ଗୁଡିକର ସରପଞ୍ଚ, ସରପଞ୍ଚଙ୍କ ପ୍ରତିନିଧି, ଓ ଶତାଧିକ କର୍ମୀ ବାବା ଯୋଡାଲିଙ୍ଗଙ୍କ ନିକଟରେ ଦୀପଦାନ କରି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ପ୍ରତି ଗଳିରେ ମହେଶ୍ୱର ଙ୍କ ଦୀର୍ଘାୟୁ କାମନା କବିତା ସହିତ ସମସ୍ତଙ୍କୁ ମହେଶ୍ୱରଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରାଯାଇଥିଲା l
