ବାଙ୍ଗୁରିଗାଁ କୁ ହରାଇ ସିରେଇ ଚାମ୍ପିଅନ
କୋଣାର୍କ – କୋଣାର୍କ ନିକଟସ୍ଥ କୁରୁଜଙ୍ଗ ପଞ୍ଚାୟତ ତାଳସୁଆଁ ଗ୍ରାମରେ ଟେନିସ ବଲ କ୍ରିକେଟ ଟି୨୦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବାଙ୍ଗୁରିଗାଁ ଦଳକୁ ହରାଇ ସିରେଇ ଟିମ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ତାଳସୁଆଁ ଗ୍ରାମର ମା ରୁଦ୍ରାଣୀ କ୍ରିକେଟ ଟିମ୍ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ୮ ଟି ଦଳ ଭାଗ ନେଇଥିଲେ। ବୁଧବାର ଖେଳ ହୋଇଥିବା ଫାଇନାଲ ମ୍ୟାଚରେ ବାଙ୍ଗୁରିଗାଁ ୟଙ୍ଗ ଷ୍ଟାର ଟଚ୍ ଜିତି ବୋଲିଂ କରିଥିଲା। ବଜରଙ୍ଗୀ ୧୧ ସିରେଇ ନିର୍ଦ୍ଧାରିତ ୧୫ ଓଭରରେ ୯୭ ରନ୍ କରିଥିଲା। ଜବାବରେ ବାଙ୍ଗୁରିଗାଁ ୟଙ୍ଗ ଷ୍ଟାର ମାତ୍ର ୪୮ ରନ କରି ସମସ୍ତ ୱିକେଟ୍ ହରାଇଥିଲା। ବଜରଙ୍ଗୀ ୧୧ ସିରେଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ। ମ୍ୟାନ ଅଫ ମ୍ୟାଚ ଲାଲା, ମ୍ୟାନ ଅଫ ସିରିଜ୍ ଭାବେ ଷ୍ଟାର୍ଲିନ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ତଥା କୋଣାର୍କ ବିଜେପି ମଣ୍ଡଳ ସଂଯୋଜକ ମନୋଜ କୁମାର ନାୟକ (ମିଞ୍ଜନ) ଯୋଗଦେଇ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ ବିଶ୍ୱାଳ, ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ, ଗଣେଷ ବେହେରା ପ୍ରମୁଖ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଶାନ୍ତ କାଣ୍ଡି, ରାଜେଶ୍ ଜେନା, ପ୍ରକାଶ ଜେନା, କାହ୍ନୁ କାଣ୍ଡି, ଜ୍ଞାନ ଚନ୍ଦ୍ର ବିଶ୍ବାଳ, ତନ୍ମୟ ବାହିନୀପତି, ପିନାକୀ ବାହିନୀପତି, ଅନିଲ ସେଠ୍, ପ୍ରଶାନ୍ତ ଜେନା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।
