ସ୍ଵାମୀ ଆରୁପାନନ୍ଦ ଡିଗ୍ରୀ କଲେଜର ବାର୍ଷିକୋତ୍ସବ
ସ୍ଵାମୀ ଆରୁପାନନ୍ଦ ଡିଗ୍ରୀ କଲେଜର ବାର୍ଷିକୋତ୍ସବ।
ରଘୁନାଥପୁର:-ରଘୁନାଥପୁର ବ୍ଲକ କୁର୍ତ୍ତାଙ୍ଗ ସ୍ଥିତ ସ୍ଵାମୀ ଆରୁପାନନ୍ଦ ଡିଗ୍ରୀ କଲେଜର ବାର୍ଷିକୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଦୟାନିଧି ରାଉତରାୟ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଉତ୍ସବର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ।ସେହିପରି ପଣ୍ଡିତ ସରୋଜ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଶୃଙ୍ଖଳା ଓ ସ୍ପଷ୍ଟବାଦିତା ହେବା ପାଇଁ ପରାମର୍ଶ ରଖିଥିଲେ।ଏଥିସହ ଜୀବନରେ ମାତାପିତା ଓ ଶିକ୍ଷାଗୁରୁଙ୍କୁ ସର୍ବଦା ସମ୍ମାନ ଦେବାପାଇଁ କହିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଭଗବାନ ଦାସ,ଅଧ୍ୟାପିକା ଦିପ୍ତିମୟୀ ଜେନା ଓ ରଞ୍ଜିତା ମହାନ୍ତି ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ।ଏହି ଅବସରରେ ବାର୍ଷିକ କ୍ରୀଡାରେ ଭାଗନେଇଥିବା କୃତୀ ପ୍ରତିଯୋଗୀଙ୍କ ମଧ୍ୟରୁ ଚମ୍ପିୟାନ ହୋଇଥିବା ସରୋଜିନୀ ଦାସ ଓ ମହମ୍ମଦ ନାସିରୁଦ୍ଧିନଙ୍କୁ ଟ୍ରଫି ସହ ମାନପତ୍ର ଦିଆଯାଇଥିଲା।ସେହିପରି ସଫଳ କୃତୀ ପ୍ରତିଯୋଗୀ ଆଶୀର୍ବାଦ ମହାପାତ୍ର ଓ ଦୀପ୍ତି ମହାନ୍ତିଙ୍କ ସମେତ ୧ମ,୨ୟ ଓ ୩ୟ ସ୍ଥାନ ହାସଲ କରିଥିବା ୫୨ ଜଣ ପ୍ରତିଯୋଗୀଙ୍କୁ ମାନପତ୍ର ସହ ମେଡାଲ ପ୍ରଦାନ କରାଯାଇଥିଲା।ଶିକ୍ଷା କର୍ମଚାରୀ ଦୈତାରି ଜେନା,ରବିନ୍ଦ୍ର ଦାସ,ମନୋରଞ୍ଜନ ସ୍ବାଇଁ,ଅଜୟ ବେହେରା ଓ ଅରୁଣ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
