ତହସିଲ କାର୍ଯ୍ୟାଳୟରୁ ବିଭିନ୍ନ ପ୍ରମାଣ ପତ୍ର ମିଳିବାରେ ବିଳମ୍ବ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି


ରାଜ୍ୟ ସରକାର ମୋ ସରକାର ଓ ୫ ଟିର ନାରା ଦେଇ ଜନସାଧାରଣ ଙ୍କ ପାଇ ସରକାରୀ କାର୍ଯ୍ୟାଳୟ ରେ ବ୍ୟବସ୍ଥା ସରଳୀକରଣ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ପୁରୀ ତହସିଲ କାର୍ଯ୍ୟାଳୟ ରେ। ପୁରୀ ତହସିଲ କାର୍ଯ୍ୟାଳୟ ରେ ବିଭିନ୍ନ ପ୍ରମାଣ ପତ୍ର ପାଇ ଆସୁଥିବା ଆବେଦନ ପତ୍ର ଦୀର୍ଘ ମାସ ମାସ ଧରି ପଡ଼ିରହିଛି। ସରକାର ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରିଥିଲେ ବି ପୁରୀ ତହସିଲ କାର୍ଯ୍ୟାଳୟ ରେ ଏହାକୁ ଖୁଲାମ୍ ଖୁଳା ଉଲଗ୍ନ କରାଯାଉଛି, ଯାହା ଫଳ ରେ ସାଧାରଣ ଜନତା ନାହି ନଥିବା ହଇରାଣ ହେଉଛନ୍ତି ଓ ଅନେକ ଛାତ୍ରଛାତ୍ରୀ ପାଠ ପଢା ଓ ଚାକିରି କ୍ଷେତ୍ର ରେ ପ୍ରମାଣ ପତ୍ର ଦାଖଲ କରିବାରେ ହଇରାଣ ମଧ୍ୟ ହେଉଛନ୍ତି। ଏହି ତଥ୍ୟ ତହସିଲ ଦାର ଙ୍କୁ ଜଣେଇ ଲେ ମଧ୍ୟ କୌଣସି ଫଳ ମିଳୁନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟା କୁ କୁ ନେଇ ପୁରୀ ର ଯୁବ ସାମାଜିକ କର୍ମୀ ଦେବରାଜ ଦାସ ଓ ସତ୍ୟନାରୟଣ ସାହୁ ମାନନୀୟ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କୁ ଦେଖାକରି ଅବଗତ କରିବା ସହ ପୁରୀ ତହସିଲଦାର ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ କିଭଳି ଲୋକ ସୁବିଧା ରେ ପ୍ରମାଣ ପତ୍ର ପାଇବେ ସେ ବିଷୟରେ ଧ୍ୟାନ ଦେବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *