ବାଲୁକାକଳା ଉତ୍ସବରେ ଖୋଲିଛି ସୁସ୍ୱାଦୁ ଖାଦ୍ୟ ପସରା।
କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବରେ ଖୋଲିଛି ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ପସରା। ମନଭରି ଉପଭୋଗ ପାଇଁ ଆକର୍ଷଣୀୟ ବାଲୁକା କଳା ଦେଖିବା ପରେ ପର୍ଯ୍ୟଟକ ମାନେ ପେଟଭରି ମନଲୋଭା ସୁସ୍ଵାଦୁ ଖାଦ୍ୟ ପାଇଁ ଭିଡ ଜମାଉଥିବା ଦେଖିବାକୁ ମିଳୁଛି। ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫୁଡ୍ ଷ୍ଟଲ୍ କରାଯାଇଛି। ଯେଉଁଠି ବିଭିନ୍ନ ହୋଟେଲ୍ ପକ୍ଷରୁ ସୁନ୍ଦର୍ ଖାଦ୍ୟ ପରିବେଷଣ କରାଯାଉଛି। ଓଡ଼ିଶାର ପାରମ୍ପରିକ ଖାଦ୍ୟ ପିଠା ପାନ, ମାଣ୍ଡିଆ ଜାତୀୟ ଖାଦ୍ୟ, କେକ, ଇଣ୍ଡିଆନ, ଚାଇନିଜ ଚଟପଟି ଖାଇବା ସହ ଆକର୍ଷଣୀୟ ମିଠା ଓ କ୍ଷୀରି ମଧ୍ଯ ମିଳୁଛି। ଯାହା ପର୍ଯ୍ୟଟକ ମାନେ ଖୁସିରେ ଖାଉଛନ୍ତି।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ
