ଡଙ୍କାରୀଅଶୋଧିତ ତୈଳ ସରଂକ୍ଷଣ ପ୍ରକଳ୍ପ ର ସୀମା ନିର୍ଦ୍ଧାରଣ ଆରମ୍ଭ ଓ ଭୂମି ପୂଜନ

ଧର୍ମଶାଳା- ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ53ନମ୍ବର ଜାତୀୟ ରାଜପଥପାର୍ଶ୍ୱବର୍ତ୍ତୀ ଡଙ୍କାରୀଠାରେହେବାକୁ ଥିବା ପ୍ରସ୍ତାବିତ ଅଶୋଧିତତୈଳ ସରଂକ୍ଷଣପ୍ରକଳ୍ପ ର ସର୍ଭେ ସଂସ୍ଥା ଦ୍ୱାରା ସୀମା ନିର୍ଦ୍ଧାରଣପାଇଁ ଭୂମି ପୂଜନହୋଇଯାଇଛି l ଏହି ପ୍ରକଳ୍ପଏଇ ଓ ସି ଏଲ ପକ୍ଷରୁକାମ କରାଯାଉତିଲେବେସୀମା ନିର୍ଦ୍ଧାରଣ ଲାଗି ଟେକେଏସ ନାମକ ସର୍ଭେ ସଂସ୍ଥା ସର୍ଭେଅର ଭାବେ କାମ କରିବାକୁ ଚୁକ୍ତି ହୋଇଛି l ଆଜି ଉଭୟ ଆଇଓସିଏଲ ଏବଂ ଟିକେଏସ ଅଧିକାରୀ ମାନେ ଡଙ୍କାରୀରେ ପହଂଚି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଜେସିବିରେ ମାଟି ତାଡି ଗାତ କରି ଭୂମି ପୂଜା କରି ପିଲର ପୋଷ୍ଟିଙ୍ଗ ପାଇଁ କାମ ଆରମ୍ଭ କରିଥିଲେ l ପ୍ରକଳ୍ପ କାମ ପାଇଁ ନିଯୁକ୍ତି ହୋଇଥିବା ଆଇଓସିଏଲ ଅଧିକାରୀ ଙ୍କ ସୂଚନା ମୁତାବକ ସୀମା ନିର୍ଦ୍ଧାରଣ ର ପିଲର ପୋଷ୍ଟିଙ୍ଗ ପରେ ପ୍ରକଳ୍ପ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ l ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଇଥିବା ଚାରି ସହ ଏକର ଜମି ମଧ୍ୟରୁ 113 ଏକର ଜମିରେ ଥିବା 13 ଟି ସଇ ରାତ ଲିଜ ବାତିଲ କରାଯାଇଛି l ଏହି ସଇ ରାତ ର ଲିଜ ଧାରିଙ୍କୁ ଖଣି ବିଭାଗ ପକ୍ଷରୁ ଖଣି ଖ ନ ନ ବନ୍ଦ କରିବା ପାଇଁ ନୋଟିସ କରାଯାଇଛି l ତେଣୁ ଏହି ପ୍ରକଳ୍ପ ହେବା ପାଇଁ କୌଣସି ପ୍ରତିବନ୍ଧକ ନାହଁ l ଏହି ପ୍ରକଳ୍ପ କାର୍ଯ୍ୟ ହେଲେ ହଜାର ହଜାର ଯୁବକ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଆତ୍ମ ନିଯୁକ୍ତି ପାଇବେ l ସରକାର ପରିବର୍ତନ ପରେ ଏହି ପ୍ରକଳ୍ପ କାମ ଖୁବ ଶୀଘ୍ର ଆରମ୍ଭ ପାଇଁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାର ଓ କେନ୍ଦ୍ର ମନ୍ତ୍ରୀ ଙ୍କୁ ବାରମ୍ବାର ଅନୁରୋଧ କରିଥିଲେ l ଏହି ଅଶୋଧିତ ତୈଳ ସରଂକ୍ଷଣ ପାଇଁ ବାଟ ସଫା ହୋଇଥଜବାରୁ କେନ୍ଦ୍ର ସରକାର, ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଧର୍ମଶାଳା ବିଧାୟକ ହିମାଂଶୁ ଙ୍କୁ ଯାଜପୁର ଜିଲ୍ଲା, ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଓ ଆଖ ପାଖ ଅଂଚଳର ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *