ପାଟଶାଣିପୁର ଆଦିପୁର ଠାରେ ଆଡି ବନ୍ଧ ନିର୍ମାଣ ଲାଗି ଦାବି l
ଉଦଳା ୧୨/୩ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ର ପାଟଶାଣିପୁର ଏକ ଆଦିବାସୀ ବହୁଳ ଗ୍ରାମ ପଂଚାୟତ l ଏହି ପଂଚାୟତ ଅଧୀନ ଆଦିପୁର ଗ୍ରାମ ସମ୍ପୂର୍ଣଭାବରେ ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ ବସବାସ କରନ୍ତି l କୃଷି କର୍ମ ସେମାନଙ୍କ ପ୍ରଧାନ ଜୀବିକା ତଥାପି ଚାଷ ବାସ କରିବା ଲାଗି ସେଠାରେ ଜଳ ସେଚନ ର କୌଣସି ସୁବିଧା ନ ଥିବାରୁ ଅଧିକ ରୁ ଅଧିକ ଚାଷ କରି ପାରୁନାହାନ୍ତି l ତେବେ ଏହି ଗ୍ରାମ ଦେଇ ନାଲୁହା ନଦୀ ପ୍ରବାହିତ l ପୂର୍ବତନ ସରକାର ସମୟ ରେ ଏଠାକାର ଯୁବ ବିଧାୟକ ଶ୍ରୀନାଥ ସୋରେନ ଚାଷୀ ମାନଙ୍କ ଆଗ୍ରହ ଦେଖି ନାଲୁହା ନଦୀ ଉପରେ ଏକ ଆଡିବନ୍ଧ ନିର୍ମାଣ ହୋଇପାରିଲେ ଚାଷୀ ମାନଙ୍କ ସମସ୍ୟା ସମାଧାନ ହୋଇ ପାରିବ ବୋଲି ହୃଦୟଙ୍ଗମ କରି ସରକାର ଙ୍କ ଠାରେ ଏ ବିଷୟ ରେ ପ୍ରସ୍ତାବଉପସ୍ଥାପିତ କରିଥିଲେ l ପରେ ଆଡିବନ୍ଧ ନିର୍ମାଣ ହେବ ବୋଲି ମଞ୍ଜୁର ମଧ୍ୟ ହେଲା ମାତ୍ର ଆଡିବନ୍ଧ ନିର୍ମାଣ କିଛିଦିନ ପରେ ତାହା କଚ୍ଛପ ଗତିରେ ଅଗ୍ରସର ହୋଇ ଅଧାରୁ ଅଗ୍ରଗତି ଠପ ହୋଇ ଯାଇଥିଲା l ଚାଷୀ ମାନଙ୍କ ଦାବି ନେଇ ସାରା ଅଞ୍ଚଳ ରେ ଜନ ଅସନ୍ତୋଷ ଧୀରେ ଧୀରେ ବଢ଼ି ବାକୁ ଲାଗିଲା l

ଅବଶେଷ ରେ ସ୍ଥାନୀୟ ବିଧାୟକ ଶ୍ରୀନାଥ ସୋରେନ ସମାଜ ସେବି ଜଗତ ସିଂ , ବି. ଜେ. ଡ଼ି ର ବରିଷ୍ଠ ନେତା ଶ ଶ ଧର ସ୍ୱାଇଁ, ସ୍ଥାନୀୟ ଉଦୀୟମାନ ଯୁବ ନେତା ଆଶିଷ କୁମାର ଦାସ, ଗ୍ରାମବାସୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ଆଲୋଚନା ପରେ ବନ୍ଦ ହୋଇ ରହିଥିବା ଆଡିବନ୍ଧ ନିର୍ମାଣ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ବିଭାଗୀୟ କର୍ମକର୍ତା ମାନେ ପ୍ରତିଶୃତି ଦେଇଥିଲେ ଲେହ ଶୁଣିବା ପରେ ଅଞ୍ଚଳ ବାସି ମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଥିଲା l ଆଞ୍ଚଳ ବାସି ଏଥିଲାଗି ପୂର୍ବତନ ବିଧାୟକ,, ଯୁବ ନେତା, ସମାଜ ସେବି ବିଜେଡି ର ବରିଷ୍ଠ ନେତାଙ୍କୁ ଧନ୍ୟ ବାଦ ଦେଇଥିଲେ l
