ଚଣ୍ଡିଖୋଲ ଛକରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ
ଚଣ୍ଡିଖୋଲ ଛକରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ। ବଡ଼ଚଣା:ଓଡିଶା ର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ଚଣ୍ଡିଖୋଲ ଛକ ରେ ସ୍ଥାପନ କରାଯିବା ପାଇଁ ଦାବୀ ଜଣାଇଲେ ଯାଜପୁର ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତମ କୁମାର ନାୟକ। ଘଟଣା ରୁ ପ୍ରକାଶ ୧୯୫୨ ମସିହାରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ସ୍ବର୍ଗତ ଚୌଧୁରୀ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ।ସେ ସମୟ ରେ ବଡ଼ଚଣା ର ବିକାଶ ଆକାଶ ଛୁଇଁଥିଲା। ବିଶେଷ ଭାବେ ବଡ଼ଚଣା ର କଳା,ଐତିହ୍ୟ,ସଂସ୍କୃତି,ପରମ୍ପରା, ଓ ଶିକ୍ଷା,ସ୍ୱାସ୍ଥ୍ୟ,ଗମନା ଗମନ,ଓ ପାନୀୟ ଜଳତଥା ପରିମଳ ବ୍ୟବସ୍ଥା କୁ ସର୍ବଶ୍ରେଷ୍ଠ ଗୁରୁତ୍ୱ ଦିଆଯାଇ ବଡ଼ଚଣା ର ବିକାଶ କରାଯାଇଥିଲା। ତେଣୁ ତାଙ୍କ ସ୍ମୃତି ଉଧେଶ୍ୟରେ ଏକ ପ୍ରତିମୂର୍ତ୍ତି ଚଣ୍ଡିଖୋଲ ଛକ ରେ ସ୍ଥାପନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନିକଟକୁ ପତ୍ର ମଧ୍ୟରେ ଦାବୀ ଜଣାଇଛନ୍ତି।ଯୁବ ନେତାଙ୍କ ଏହି ପଦକ୍ଷେପ କୁ ବଡ଼ଚଣା ବହୁ ବୁଦ୍ଧିଜୀବୀ ମାନେ ସମର୍ଥନ କରିଥିବାର ଦେଖିବାକୁ ମିଳିଥିଲା।
