ବ୍ୟାସନଗର ଜଗନ୍ନାଥ ମନ୍ଦିର ପାଇଁ ଅଧିକ ଅର୍ଥ ବରାଦ କରିବାକୁ ଦାବି

ବ୍ୟାସ ସରୋବର ଜଗନ୍ନାଥ ମନ୍ଦିର ପାଇଁ ଶିଳାନ୍ୟାସ ହେବାପରେ ସନ୍ଧ୍ୟାରେ ହୋଟେଲ ରୟାଲ୍ କଳିଙ୍ଗ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟାସନଗର ବିଜେଡି ପକ୍ଷରୁ ମନ୍ଦିର ନିର୍ମାଣ ପାଇଁ ଅଧିକ ଅର୍ଥ ଦାବି କରାଯାଇଛି l ଉପଧ୍ୟକ୍ଷ ସୁବାସ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଅଶୋକ ବଳଙ୍କ ଅନୁରୋଧ କ୍ରମେ ପୂର୍ବ ସରକାର ବ୍ୟାସ ସରୋବର ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଦେଢ଼କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ ବୋଲି ସୂଚନା ଦେଇଥିଲେ l ମଞ୍ଜୁର ହୋଇଥିବା ଅର୍ଥରେ ଏହି ମନ୍ଦିର ସମ୍ପୂର୍ଣ ହେବା ନେଇ ସନ୍ଦେକ ସୃଷ୍ଟି ହୋଇଛି l ତେଣୁ ମନ୍ଦିର ନିର୍ମାଣ ସହିତ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର, ସ୍ନାନ ମଣ୍ଡପ, ଆନନ୍ଦ ବଜାର, କୋଇଲି ବୈକୁଣ୍ଠ, ବାରଶ ପାଦଚ, ରୋଷଘର, ରୋହିଣୀ କୁଣ୍ଡ, ଚାରିଦ୍ଵାର ସମେତ ମନ୍ଦିର ବାହାରେ ନରେନ୍ଦ୍ର ପୋଖରୀ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ସରକାର ଯୋଗାଇ ଦେବାକୁ ଦାବି କରାଯାଇଥିଲା l ବିଜେଡି ଜଗନ୍ନାଥ ମନ୍ଦିର ନିର୍ମାଣକୁ ସହଯୋଗ କରିବ, କିନ୍ତୁ ଏଥିପାଇଁ ଅଧିକ ଅର୍ଥ ଯୋଗାଇ ଦେବାକୁ ଉପାଧ୍ୟକ୍ଷଙ୍କ ସମେତ ପାରିଷଦବର୍ଗ ଦାବି କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *