ସମ୍ପର୍କୀୟ ଓ ପରିଜନ ହୀନ ଙ୍କ ଶବ ସତ୍କାର ପାଇଁ ସରକାରୀ ଜମି ଯୋଗାଇଦେବା ପାଇଁ ଦାବୀ ।
ସମ୍ପର୍କୀୟ ଓ ପରିଜନ ହୀନ ଙ୍କ ଶବ ସତ୍କାର ପାଇଁ ସରକାରୀ ଜମି ଯୋଗାଇଦେବା ପାଇଁ ଦାବୀ । କନ୍ଧମାଳ, ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଇଲ୍ଲାକାରେ ଅସହାୟ, ଗରିବ, ସମ୍ପର୍କୀୟ ଓ ପରିଜନ ହୀନ ବ୍ୟକ୍ତି ବିଶେଷ ଙ୍କର ଶବ କୁ ସତ୍କାର କରିବାକୁ ସ୍ଥାନ ନାହିଁ । ଗତକାଲି ଏକ ଗରିବ, ଅସହାୟ, ସମ୍ପର୍କୀୟ ଓ ପରିଜନ ହୀନ ବ୍ୟକ୍ତି ଙ୍କର ମୃତ୍ୟୁ ଘଟି ଥିଲା । ଏନ ଏ ସି କତ୍ତୃପକ୍ଷ ଓ ପୋଲିସ ଶବ ବ୍ୟବଛେଦ କରାଇଥିଲେ । ସମାଜ ସେବୀ ଅମନ ନାୟକ ଓ ତାଙ୍କରି କିଛି ସାଥି ସହ ମିଶି ଶବ କୁ ନେଇ ଏକ ଜଙ୍ଗଲ ଜାଗାରେ ସମାଧି କରିବାକୁ ଗାତ ଖୋଲିଥିଲେ । କିନ୍ତୁ ସେହି ଜଙ୍ଗଲ ପାଖରେ ଥିବା ଗ୍ରାମବାସୀ ଶବ ସତ୍କାର କରିବା ପାଇଁ ମନା କରିବାରୁ ଉକ୍ତ ଜାଗାରେ ଶବ ର ସମାଧି ହୋଇ ପାରିବ ନାହିଁ। ଫଳରେ ସମାଜ ସେବୀ ଅମନ ଓ ତାଙ୍କ ସାଥୀ ମାନେ ଅଡୁଆରେ ପଡ଼ିଥିଲେ । ବହୁ ଅସୁବିଧାର ସହ ଅନ୍ୟ ଏକ ଜାଗାରେ ଶବକୁ ସମାଧି ଦେବାକୁ ପଡ଼ିଥିଲା । ଏଭଳି ଅନେକ ଥର ଏହି ଭଳି ଘଟଣା ଘଟିଲାଣି ଜି, ଉଦୟଗିରିଏନ ଏ ସି ରେ । ଲୋକଙ୍କ ତରଫରୁ ବହୁଥର ଏକ ସରକାରୀ ଜମି ଅସହାୟ, ଗରିବ, ସମ୍ପର୍କୀୟ ଓ ପରିଜନ ହୀନ ଲାୱାରୀସ ଶବ କୁ ସତ୍କାର କରିବାକୁ ମଶାଣି ଯୋଗାଇ ଦେବାକୁ ସମାଜ ସେବୀ , କିଛି ଉଚ୍ଚ ଶିକ୍ଷିତ , ମା ଭଉଣୀ ବୁଦ୍ଧିଜୀବୀ, ମାନେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ଙ୍କୁ ଅନୁରୋଧ କରି ଛନ୍ତି ।
