ସ୍ଥାୟୀମଣ୍ଡି ନିର୍ମାଣ ନେଇ ଗୋପବନ୍ଧୁ ପ୍ରେସ କ୍ଳବ ତରଫରୁ ଦାବି
ହିଞ୍ଜିଳିକାଟୁ ୨୩/୦୧/୨୬;ସେବା ସମବାୟ ସମିତି ଲିଃର କାର୍ଯ୍ଯାଳୟ ଅସ୍ଥାୟୀ କୋଠାବାଡିରେ କାର୍ଯ୍ୟ କରିଆସୁଥିବା ବେଳେ ଓ ପ୍ରତିବର୍ଷ ଅସ୍ଥାୟୀ ମଣ୍ଡି ଗଞ୍ଜାମ ଜିଲ୍ଲାରେ ପ୍ରତି ବ୍ଳକରେ ରହିଛି । ସେହିଭଳି ହିଞ୍ଜିଳି ବିଧାନସଭା କ୍ଷେତ୍ରରେ ଉଭୟ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ସମସ୍ତ ସେବା ସମବାୟ ସମିତି ଲିଃର ଅସ୍ଥାୟୀ ଧାନମଣ୍ଡି ଏବଂ ଅସ୍ଥାୟୀ କୋଠଘରେ ବହୁ ବର୍ଷରୁ କାର୍ଯ୍ଯଳୟ ଚାଲୁଆସୁଥିବା ଦେଖିବା ପାଇଁ ମିଳିଛି । ତେଣୁ ସ୍ଥାୟୀ କାର୍ଯ୍ଯାଳୟ ଓ ଧାନମଣ୍ଡି ଆବଶ୍ୟକତା ପ୍ରତି ବ୍ଳକରେ ରହିଛି I ଚାଷୀ ନିଜ ନିଜର ଧାନବସ୍ତାକୁ ମଣ୍ଡିରେ ସୁବିଧାରେ ପହଞ୍ଚାଇବା ଏବଂ ସୁରକ୍ଷିତ ରଖିବା ସହ ମିଲରଙ୍କ ଉକ୍ତ ସ୍ଥାନରୁ ମିଲକୁ ନେବାପାଇଁ ସରକାରଙ୍କ ଧାନମଣ୍ଡି ସ୍ବଚ୍ଛତାଦୃଷ୍ଟିରୁ ଚାଷୀଙ୍କ ବିକାଶ ସହଜସାଧ୍ଯ ହୋଇପାରିବ ।

ଅନ୍ୟ ପକ୍ଷରେ ପ୍ରତି ପଞ୍ଚାୟତରେ ସରକାରୀ ଜମିର ଅଭାବ ନଥିବା ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଶୁଣିବାରେ ମିଳୁଛି । ତେଣୁ ଅସ୍ଥାୟୀ ଜରି ବାଉଁଶ ମଣ୍ଡି ନହୋଇ ସ୍ଥାୟୀ ଧାନମଣ୍ଡି ଗୃହ ଓ ସେବା ସମବାୟ ସମିତି ଲିଃ କୋଠଘର ନିମନ୍ତେ ” ଭଏସ୍ ଆଫ୍ ମିଡିଆ ” ଓଡିଶା ଶାଖାର ସ୍ବିକୃତି ପ୍ରାପ୍ତ ଗୋପବନ୍ଧୁ ପ୍ରେସକ୍ଲବ ହିଞ୍ଜିଳିକାଟୁ ଗଞ୍ଜାମ ତରଫରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
