ଡକ୍ଟର ବି ଆର ଆମ୍ବେଦକର ସ୍ମୁତି କମିଟି ଦ୍ବାରା ଜିଲ୍ଲା ପାଳଙ୍କୁ ବାବା ସାହେବ୍ ଙ୍କ ମୂର୍ତ୍ତି ସ୍ଥାପନ। ପାଇଁ ଦାବିପତ୍ର ।

କନ୍ଧମାଳ, ଫୁଲବାଣୀ ତା ୩୧/୧୦/୨୦୨୫ ଆଜି ସ୍ଥାନୀୟ ଡ, ବି ଆର ଆମ୍ବେଦକର ସ୍ମୁତି କମିଟି ଦ୍ବାରା ସଭାପତି ସମିର୍ ଘଟାଲ୍ , ସାଧାରଣ ସମ୍ପାଦକ ଡ, ସୋମନାଥ ବାଘ୍ ଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାପାଲଙ୍କୁ ଏକ ଲିଖିତ ଦାବିପତ୍ର ଦେଇ ଅନୁରୋଧ କରାଯାଇ ଅଛିକି ଆସନ୍ତା ନଭେମ୍ବର ୨୬ ତାରିଖରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ରେ ସମ୍ବିଧାନ ପ୍ରତିଷ୍ଠା ଦିବସ ପାଳନ କରିଅଛୁ । ଉକ୍ତ ଦିନ ଫୁଲବାଣୀ ସହରର କୌଣସି ଏକ ସ୍ଥାନରେ ବାବା ସାହେବ୍ ଙ୍କ ପ୍ରତି ମୂର୍ତିସ୍ଥାପନ କରିବା ନିମନ୍ତେ ଜିଲ୍ଲାର ଅନୁସୂଚିତ ଜାତି, ଅନୁସୂଚିତଜନଜାତି , ଓବିସି, ସଂଖ୍ୟାଲଘୁ, ଅନ୍ୟାନ୍ୟ ବର୍ଗର ଲୋକମାନେ ଇଛା ପ୍ରକଟ କରିଛନ୍ତି ଏହି ମହତ କାର୍ଯ୍ୟ କ୍ରମ କରିବା ପାଇଁ ବିଭିନ୍ନ ସମ୍ପ୍ରଦାୟର ମୁଖିଆ ଲୋକମାନଙ୍କୁ ନେ ଶାନ୍ତି ବୈଠକ କରି ଏହିସବୁ କାର୍ଯ୍ୟକ୍ରମ କରିବା ପାଇଁ ଜିଲ୍ଲା ପାଳଙ୍କ ପରାମର୍ଶ ନିହାତି ଆବଶ୍ୟକ ମନେକରି ତାହାଙ୍କୁ ଲିଖିତଦାବି ପତ୍ର ଦେଇଥିଲେ ।ଏହି ମହତ କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟ । ଲମ୍ବୋଦର୍ କହଁର, ଉପଦେଷ୍ଟା ସତ୍ୟନାରାୟଣ ବେହେରା , ଅବନୀ କହଁର, ଉପସଭାପତି ପ୍ରଶ୍ନ ବିଷ ୟୀ, ବସିଷ୍ଟ ସାହାଣୀ, ପ୍ରଦୀପ ପ୍ରଧାନ,ଦିବାକର ଦିଗାଲ,କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ଦିଗାଲ,ସମ୍ପାଦକ ଦୁଧିଷ୍ଟିର ସାହୁ,କୁସାଧ୍ୟକ୍ଷ ତ୍ରିନାଥ ମାଝି,ଉଦ୍ଧବ ଚନ୍ଦ୍ର ଡିଗ।ଲ,ବିନୋଦ ପ୍ରଧାନ,ମୁଖ୍ୟ ସଂଯୋଜକ ବିରେନ୍ଦ୍ର କହଁର, ସଂଯୋଜକ ଜଳନ୍ଧର ବେହେରା,ଆୟାଜକ ଅଚ୍ୟୁତନନ୍ଦ ସେଠୀ, ,ଜ।କିରୁଲ।ଖାନ୍,ଓ ଅନ୍ୟାନ୍ୟ କାର୍ଯ୍ୟକରୀ ସଦସ୍ୟମାନେ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *