ଅଖିଳ ଭାରତୀୟ କୃଷକ ସଭା ତରଫରୁ BDO ଙ୍କ ନିକଟରେ ଦାବି ପତ୍ର

ଅଖିଳ ଭାରତୀୟ କୃଷକ ସଭା ତରଫରୁ BDO ଙ୍କ ନିକଟରେ ଦାବି ପତ୍ର l ପୁରୁଷୋତ୍ତମପୁର /9-12-ଆଜି ଅଖିଳ ଭାରତୀୟ କୃଷକ ସଭା ପକ୍ଷରୁ ପୁରୁଷୋତ୍ତମପୁର ବ୍ଲକ BDO ଙ୍କ ନିକଟରେ ଏକ ଦାବି ପତ୍ର ଦିଆ ଯାଇଥିଲା l BDO ଙ୍କ ଅନୁପସ୍ଥିତି ରେ ମୁଖ୍ୟ କିରାଣୀ ଙ୍କୁ ଦାବି ପତ୍ର ଟି ଦିଆ ଯାଇଥିଲା l ମୁଖ୍ୟ ଦାବି ହେଲା ରବି ଋତୁ ରେ ଚାଷୀ ମାନଙ୍କୁ ବାଣ୍ଟିବା ପାଇଁ ଆସୁଥିବା ସରକାରୀ ବିହନ ଗୁଡିକ ସରକାରୀ କର୍ମଚାରୀ ଏବଂ କିଛି ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ରେ ଅସଲି ଚାଷୀ ମାନେ ପାଇପାରୁନାହାନ୍ତି ଏବଂ ପାଇଲେ ବି କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ର ଚାଷୀ ହିଁ ପାଉଛନ୍ତି l ଏଣୁ ଏ ବ୍ୟବସ୍ଥା ବନ୍ଦ କରି, ପ୍ରକୃତ ଚାଷୀ ଙ୍କୁ ଚିହ୍ନଟ କରି, ବିହନ ଦେବାକୁ ସଂଗଠନ ଦାବି ଜଣେଇଛନ୍ତି l ଏଥିରେ ଅଖିଳ ଭାରତ କୃଷକ ସଭା ର ନେତୃ ମଣ୍ଡଳୀ ସତ୍ୟନାରାୟଣ ମହାପାତ୍ର,ପ୍ରକାଶ ଚନ୍ଦ୍ର ବେହେରା, ଉଦୟନାଥ ସସମଲ,ରାଜକିଶୋର ପୋଲାଈ, ଶଶୀ ପ୍ରଧାନ, ପ୍ରହଲ୍ଲାଦ ସ୍ୱାଇଁ,ଦଣ୍ଡପାଣି ପ୍ରଧାନ ସହଦେଵ ନାହାକ,ରବୀନ୍ଦ୍ର ନାଥ ରାଉଳ ଆଦି ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *