କୁଜଙ୍ଗ କୁ NAC ଦାବିରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ତହସିଲଦାର ଙ୍କୁ ଦାବି ପତ୍ର

Date-26/08/25 କୁଜଙ୍ଗକୁ ଏନ୍ଏସି ଦାବିରେ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁଜଙ୍ଗ ତହସିଲ ଘେରାଉ କରାଯିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଗତ ୧୬ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ନୂଆ ୧୨ଟି ବିଜ୍ଞପିତ ଅଂଚଳ (ଏନ୍ଏସି) ଗଠନ କରିବାକୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୂର୍ବ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଜଗତସିଂହପୁର ଜିଲ୍ଲା ର କୁଜଙ୍ଗ ର ନାମ ଘୋଷଣା କରା ଯାଇନାହିଁ। ଫଳରେ କୁଜଙ୍ଗ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଆଜି ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । କୁଜଙ୍ଗରେ ବିଚାର ବିଭାଗୀୟ ଅତିରିକ୍ତ ଜିଲ୍ଲା ଅଦାଲତ ସହିତ ବହୁ ସରକାରୀ କାର୍ଯ୍ୟାଳୟ ରହିଛି। ଏଥି ସହିତ ସମସ୍ତ ଭିତ୍ତିଭୂମି ଥିବାରୁ ଏନ୍ଏସି ପାଇଁ କୁଜଙ୍ଗରେ ବାରମ୍ବାର ଦାବି ହୋଇ ଆସିଥିଲା ପୂର୍ବ ସରକାର ସମୟରେ ତିନି ଜଣିଆ କମିଟି ଦ୍ବାରା କୁଜଙ୍ଗ ଅଞ୍ଚଳର ଆର୍ଥିକ ସ୍ଥିତି ରିପୋର୍ଟ ଯାଞ୍ଚ କରି ପୁନଃ ୨୨ଟି ଏନ୍ଏସି ଗଠନରେ କୁଜଙ୍ଗ ର ସ୍ଥାନ ଦିଆ ଯାଇଥିଲା । ହେଲେ ସରକାର ବଦଳିବା ପରେ ଅଚାନକ ୧୨ ଟି ଏନ୍ଏସି ଘୋଷଣା ରେ କୁଜଙ୍ଗ ବାଦ ପଡିଥିବା ରୁ କୁଜଙ୍ଗ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।ଯଦି ଆଗାମୀ 10 ଦିନ ମଧ୍ୟରେ କୁଜଙ୍ଗ କୁ NAC ର୍ ମାନ୍ୟତା ନ ମିଳେ ତେବେ ଆନ୍ଦୋଳନ ଜୋରଦାର କରାଯିବା ସହିତ ପ୍ରଶାସନ କୁ ଅଚଳ କରାଇ ଦିଆଯିବ ବୋଲି କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *