ଅଏଡା ସେବା ସମବାୟ ସମିତି କୁ ସାର ଯୋଗାଇ ଦେବାକୁ ଦାବୀ

ଅଏଡା ସେବା ସମବାୟ ସମିତି କୁ ସାର ଯୋଗାଇ ଦେବାକୁ ଦାବୀ l
ଆଠମଲ୍ଲିକ = ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡା ପଞ୍ଚାୟତ ରେ ଥିବା ଅଏଡା ସେବା ସମବାୟ ସମିତି କୁ ରାସାୟନିକ ୟୁରିଆ ସାର ଯୋଗେଇ ଦେବାକୁ ସମିତି ସଭାପତି ଚିତ୍ତ ରଞ୍ଜନ କର୍ଣ୍ଣ ଜିଲ୍ଲାପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନିକଟରେ ଅନଲାଇନ ରେ ଦାବୀ କରିଛନ୍ତି l ଦାବୀ ମୁତାବକ ଚଳିତ ବର୍ଷ ଆଜି ସୁଦ୍ଧା 1700 ବସ୍ତା ଯୋଗେଇ ଦିଆ ଯାଇଥିଲେ ମଧ୍ୟ ୩ ପଞ୍ଚାୟତ ଯଥା ଅଏଡ଼ା, ଲୁହା ସିଙ୍ଗା, ଜାମୁଡୋଲୀ ପଂଚାୟତ ର ଚାଷୀ ମାନଙ୍କୁ ସାର ପର୍ଯ୍ୟାପ୍ତ ପରିମାଣ ରେ ହୋଇ ପାରି ନାହିଁ l

ଆଗକୁ ସାର ର ଆବଶ୍ୟକତା ଥିବାରୁ ଆଉ ୧ ହଜାର ବସ୍ତା ସାର ଯୋଗେଇ ଦେବାକୁ ଦାବୀ କରା ଯାଇଛି l ସୂଚନା ଥାଉ କି ସାର ର ଅଭାବୀ ଯୋଗୁଁ ପ୍ରତିଦିନ ଚାଷୀ ସାର ଉଦେଶ୍ୟରେ ଅଏଡ଼ା ସେବା ସମବାୟ ସମିତି କୁ ଆସି ନିରାଶ ହୋଇ ଫେରୁଛନ୍ତି l ତେଣୁ ଅତି ଶୀଘ୍ର ରାସାୟନିକ ସାର ଅଏଡ଼ା ସେବା ସମବାୟ ସମିତି କୁ ଯୋଗେଇ ଦେବାକୁ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *