ବରିଷ୍ଠ ନାଗରିକଙ୍କୁ ଉପେକ୍ଷା ଏମକେସିଜି ମେଡିକାଲ ରେ ସ୍ୱତନ୍ତ୍ର କାଉଣ୍ଟର ଖୋଲିବା ପାଇଁ ଦାବି

ବ୍ରହ୍ମପୁର, ତା.୨୩.୧୦.୨୦୨୫ରିଖ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ବୃହତ୍ ଚିକିତ୍ସାନୁଷ୍ଠାନ ଏମକେସିଜି ମେଡିକାଲ୍ ଉପରେ ଦୈନିକ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିଲେ ବି ରୋଗୀଙ୍କ ଭିଡ଼କୁ ନିୟନ୍ତ୍ରଣରେ ସୁଧାର ଆଣିବାରେ ମେଡିକାଲ୍ କତୃପକ୍ଷଙ୍କ ଚରମ ଅବହେଳା ଦୃଷ୍ଟି ଗୋଚର ହେଉଛି l ନିଦାନ ପଞ୍ଜିକରଣ କାଉଣ୍ଟର ଠୁ ଆରମ୍ଭ କରି ପ୍ରତ୍ୟେକ କାଉଣ୍ଟରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ଦୈନିକ ଘଟଣା l ଏହି ଦୀର୍ଘ ସମୟ ଛିଡ଼ା ହୋଇ ଅପେକ୍ଷା ମଧ୍ୟରେ ବରିଷ୍ଠ ନାଗରିକଙ୍କ ଅବସ୍ଥା ଅତ୍ୟଧିକ ଶୋଚନୀୟ ହୋଇପଡୁଛି l ବୃଦ୍ଧ ବୃଦ୍ଧା ମାନେ ସଂଜ୍ଞାହୀନ ହୋଇ ଗୁରୁତର ହୋଇପଡ଼ିବା ପ୍ରାୟତଃ ଦେଖାଯାଉଛି l

ଏହାର ସମାଧାନ ସ୍ୱରୂପ ଗତ ଦିନରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବି ଫଳରେ ପୂର୍ବତନ ମେଡିକାଲ୍ ଅଧିକ୍ଷକ ଡ଼ା. ସୁଚରିତା ଦାଶ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ଖୋଲି ବୃଦ୍ଧ ବୃଦ୍ଧାଙ୍କ ପାଇଁ ଟିକିଏ ସୁବିଧା କରିଥିବା ବେଳେ ବର୍ତ୍ତମାନ ନୂତନ ଅଧିକ୍ଷକ ଦାୟିତ୍ଵ ଗ୍ରହଣ ପରେ ଯଥା ପୂର୍ବମ ତଥା ପରମ୍ ଭଳି ବରିଷ୍ଠ ନାଗରିକଙ୍କୁ ପୁଣି ଥରେ ଭିଡ ମଧ୍ୟକୁ ଠେଲି ଦିଆଯାଇଛି l ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ବୟସକୁ ଆଦୌ ଦୃଷ୍ଟି ଦିଆଯାଉନାହିଁ, ଏଣୁ ତୁରନ୍ତ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲିବା ପାଇଁ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଉପଦେଷ୍ଟା କେ. ନନ୍ଦେସୁ ସେନାପତି ଦୃଢ଼ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *