ଜନଗହଳି ପୂର୍ଣ୍ଣ ପୋଲମୁଣ୍ଡା ଛକ ନିକଟ ରୁ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଉଠାଇବାକୁ ଦାବି।
ରଘୁନାଥପୁର- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ଗ୍ରା ମର ର ପୋଲମୁଣ୍ଡା ଟି ଗାଁର ଜନଗହଳି ପୂର୍ଣ୍ଣ ଛକ ଭାବେ ବେଶ୍ ପରିଚିତ। ଏହି ପୋଲମୁଣ୍ଡା ଛକ ରାସ୍ତା ଦେଇ ଚତୁରପାର୍ଶ୍ଵ ଆଡ଼କୁ ଢଳେଇ ରାସ୍ତା ଥିବାରୁ ବିଭିନ୍ନ ଗ୍ରାମର ଲୋକମାନେ ଯାତାୟାତ କରିଥାନ୍ତି। ଏହି ପୋଲମୁଣ୍ଡା ଛକ ର ଚତୁପାର୍ଶ୍ୱରେ ବହୁ ଲୋକଙ୍କ ଘର୍ ସହିତ ଏକ ଲକ୍ଷ୍ମୀ ମଣ୍ଡପ ଓ ବିଭିନ୍ନ ଦୋକାନ ମାନ ରହିଅଛି। ସକାଳ ଠାରୁ ଆରମ୍ଭ କରି ରାତ୍ର ପର୍ଯ୍ୟନ୍ତ ଏହି ଛକରେ ସର୍ବଦା ଲୋକ ମାନଙ୍କ ଗହଳି ଲାଗିଥାଏ। ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେଲାଣି ଏହି ଛକ ନିକଟରେ ବିଦ୍ୟୁତ୍ ବିଭାଗର ଏକ ଟ୍ରାନ୍ସଫର୍ମର ବସାଯାଇ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା, ହେଲେ ଲୋକ ସଂଖ୍ୟା ବୃଦ୍ଧି ସାଙ୍ଗକୁ ରାସ୍ତା ଘାଟ ପ୍ରଶସ୍ତି କରଣ ହେବା ଦ୍ଵାରା ସେଠାରୁ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଉଠାଇ ତେଲିଛକ ନିକଟରେ ବସାଇବାକୁ ଗ୍ରାମ ବାସୀଙ୍କ ପକ୍ଷରୁ ଦାବି ହୋଇଥିଲେ ବି ଏହା କାର୍ଯ୍ୟକାରି ହୋଇପାରୁ ନାହିଁ। ଏହି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚତୁର୍ପାଶ୍ଵରେ ଆଜି ପର୍ଯ୍ୟନ୍ତ ବାଡ଼ ବୁଲା ଯାଇନଥିବାରୁ ସେଠାକୁ, ଗୋରୁ, ଗାଈ, ଛେଳି ଓ ବୁଲା କୁକୁର ମାନ ପଶି ମୃତ୍ୟୁର ଶୀକାର ହେଉଛନ୍ତି। ଏପରିକି ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନଙ୍କ ଅବହେଳାରୁ ଟ୍ରାନ୍ସଫର୍ମର ଉପର ଠାରୁ ତଳ ପର୍ଯ୍ୟନ୍ତ ଘାସ ଓ ଅନାବନା ଗଛ ସବୁ ମାଡ଼ି ଏକ କୃତ୍ରିମ ଜଙ୍ଗଲ ସୃଷ୍ଟି କଲାଣି। ଯାହା ଦ୍ଵାରା ଜନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ପ୍ରତିବର୍ଷ ଲକ୍ଷ୍ମୀ ପୂଜା ବେଳକୁ ବିଭିନ୍ନ ଦୋକାନ ବଜାର ମାନ ଏଠାରେ ଖୋଲା ହେଉଥିବାରୁ ଦର୍ଶକ ଓ ଗ୍ରାହକ ମାନଙ୍କ ପାଇଁ ଏହା ବିପଦ ସୃଷ୍ଟି ବି କରିଥାଏ। ଏଠାରେ ସୂଚନା ଯୋଗ୍ୟ ଯେ ବିଗତ ବିଜେଡି ସରକାର ସମୟରେ ଏହି ବିଦ୍ୟୁତ ଟ୍ରାନ୍ସଫର୍ମର ଚତୁର୍ପାର୍ଶ୍ଵ ପଟେ ବାଡ଼ ଉଠାଇ ତାର ପରିବର୍ତନ କରାଯିବ ବୋଲି ବିଧାୟକ ଙ୍କ ଏକ ବିଧାନସଭା ପ୍ରଶ୍ନ ଉତ୍ତର ରେ ବିଭାଗୀୟ ମନ୍ତ୍ରୀ ଉତ୍ତର ଦେଇଥିଲେ ବି ତାହା କାର୍ଯ୍ୟକାରୀ କରାଯାଇ ନାହିଁ। ଆଗାମୀ ଦିନରେ ଯଦି ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଲ ମୁଣ୍ଡାରୁ ଉଠା ନଯାଏ ତେବେ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଗ୍ରାମ ମୁରବି ଜ୍ଞାନରଞ୍ଜନ ପଟ୍ଟନାୟକ, ସର୍ବେଶ୍ଵର ପଟ୍ଟନାୟକ, ରବୀନ୍ଦ୍ର ନାଥ ସ୍ବାଇଁ, ସୁଧାଂଶୁ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ତପନ ମହାରଣା, ଆଶୀର୍ବାଦ ସ୍ବାଇଁ, ମାଉନା ସ୍ବାଇଁ, ଅଜିତ କୁମାର ମହାରଣା, ସଞ୍ଜୟ କୁମାର ସ୍ବାଇଁ, ମାନସ ପଟ୍ଟନାୟକ, ବିଜୟ କୁମାର ସ୍ବାଇଁ, ରାଜେଶ ପଟ୍ଟନାୟକ, ଧର୍ମଦେବ ଦାସ ଓ କେଶବ ଚଦ୍ର ପଟ୍ଟନାୟକ ପ୍ରମୁଖ ଦାବି ଜଣାଇଛନ୍ତି।
