ଜନ ଗହଳି ସ୍ଥାନ ରୁ ମଦ ଦୋକାନ ଉଠେଇବା ପାଇ ଦାବି।
ରଘୁନାଥପୁର -ତା ୯.୧୦:-ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗତସିହପୁର ଅବକାରୀ ବିଭାଗର ଅଧୀନରେ ସ୍ଵୀକୃତିପ୍ରାପ୍ତ ଠିପିବନ୍ଦ ମଦ ଦୋକାନ ସରକାର ଙ୍କ ସମସ୍ତ ନିୟମକୁ ଉଲ୍ଲଂଘନ କରାଯାଇ ମଦ ବ୍ୟବସାୟ କରାଯାଉଥିବା ର ଦେଖିବାକୁ ମିଳିଛି। ଏଠାରେ ଉଲ୍ଲେଖ ଥାଉ କି ଏହି ଠିପି ବଂଦ ମଦ ଦୋକାନ ସମ୍ମୁଖର କିଛି ଦୂରରେ ଅନ୍ୟ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ମଧ୍ୟ ଅବସ୍ଥିତ ଯାହା ଫଳରେ ଏଠାରେ ମଦ୍ୟପ ଙ୍କ ଭିଡ଼ ହେବାର ଦେଖିବାକୁ ମିଳିଛି। ଏହି ମଦ ଦୋକାନ ଦୁଇଟି କଟକ-ପାରାଦୀପ ରାଜ୍ୟ ରାଜପଥ ର ଉଭୟ ପାଶ୍ୱର୍ରେ ଅବସ୍ଥିତ ଯାହା ଫଳରେ ଏହି ରାସ୍ତା ରେ ପ୍ରତିଦିନ ଶହ ଶହ ଛାତ୍ର ଛାତ୍ରୀ ସ୍କୁଲ, କଲେଜ କୁ ଯାତାୟତ କରନ୍ତି ଏବଂ ମହିଳା ମଧ୍ୟ ଏହି ରାସ୍ତା ରେ ଯିବା ଆସିବା କରିବାପାଇଁ ସୁରକ୍ଷିତ ମଣୁନଥିବାର ଯଣାଜାଇଛି। ଏହାବ୍ୟତୀତ ରଘୁନାଥପୁର ବ୍ଲକର ବିଭିନ୍ନ ସ୍ଥାନରେ ଚରସ,ହେରୋଇନ୍, ବ୍ରାଉନସୁଗର ଖୋଲାଖୋଲି ବିକ୍ରି କରାଯିବାର ଜଣାଯାଇଛି। କମ୍ ବୟଷର ଯୁବକମାନେ ଏହି ଧଳାଜହର ନିଶାରେ ପଡି ସେମାନଙ୍କର ଜୀବନକୁ ନଷ୍ଟ କରୁଥିବାର ଜଣାଯାଇଛି। ଏଥିପାଇଁ ରଘୁନାଥପୁର ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଅଭିଭାବକ ମାନେ ଦୁଃଖ ପ୍ରକାଶ କରିବା ସହିତ ଅବକାରୀ ବିଭାଗ ଓ ପୁଲିସ ର କାର୍ଯ୍ୟକଳାପକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିବା ର ଜଣାପଡ଼ୁଛି। ତେଣୁ ଏହି ଦୁଇ ଟି ମଦ ଦୋକାନ କୁ ଜନବସତି ଠାରୁ ଦୂର କୁ ସ୍ଥାନାନ୍ତରିତ କରିବା ପାଇ ସଚେତନ ନାଗରିକ, ନିଶା ନିବାରଣ କମିଟି, ରଘୁନାଥପୁର ବ୍ଲକ ଉନ୍ନୟନ କମିଟି,ଜୟ ଜଗନ୍ନାଥ କ୍ଲବ, ଶିକ୍ଷାବିତ, ଆଗାମୀ ଓଡ଼ିଶା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଏହି ଦିଗରେ ତୁରନ୍ତ ପଦକ୍ଷେପ ନିଆନଗଲେ ଉପରୋକ୍ତ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି।
