ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ନିମନ୍ତେ ଦାବି
ଫୁଲବାଣୀ:-୩୦/୧୦ – ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ଷ୍ଟାଫ ନର୍ସ ଅଭାବ ଏବଂ ଆଜିକୁ ପ୍ରାୟ ଦୁଇ ରୁ ତିନି ବର୍ଷ ହେବ ଅଲ୍ଟ୍ରାସାଉଣ୍ଡ ମିସିନ ଆସି ପଡିରହିଥିଲେ ମଧ୍ୟ ଏହା ଉପରେ ସରକାର ଙ୍କର ଦୃଷ୍ଟି ପଡୁ ନାହିଁ। ଏହା ଓଡିଶା ର ଏକ ବଡ଼ ସବଡିଭିଜନ ଯାହା ଉପରେ ନଅ ରୁ ଦଶ ଟି ବ୍ଲକ ର ଲୋକ ନିର୍ଭର କରି ପ୍ରାୟ ୧୦୦ ରୁ ୧୫୦ କିଲୋମିଟର ଦୂରରୁ ଲୋକ ଆସିଥାନ୍ତି । କିନ୍ତୁ ଡାକ୍ତର ଏବଂ ଅଲ୍ଟ୍ରାସାଉଣ୍ଡ ର ବ୍ୟବସ୍ତା ନଥିବାରୁ ପୁଣି ୨୦୦ କିଲୋମିଟର ଦୁରକୁ ଯିବାକୁ ପଡୁଛି। ଗୋଟିଏ ରୋଗୀ ଏହି ଚିକିତ୍ସାଳୟ ରୁ ସେହି ଚିକିତ୍ସାଳୟ କୁ ବାରମ୍ବାର ଗୋଟିଏ ଗରିବ ଲୋକ ଟେ ଯିବାଟା କେତେଯେ କଷ୍ଟ ତାହା ଆପଣ ମାନେ ହିଁ ଚିନ୍ତା କରି ପାରୁଥିବେ।ତାହାକୁ ବିରୋଧ କରିବା ସହ ଆଜି ବିଜେପି ଗଣଧାରଣା ରେ ବସିଥିଲା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୬ ରୁ ୭ ବର୍ଷ ହେଲାଣି ୩ଟି ଡାକ୍ତରରେ ଚାଲିଛି ଡାକ୍ତରଖାନା । ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ ଦିଆଯିବା ପରେ ମଧ୍ୟ ଗୋଟିଏ ମଧ୍ୟ ଡାକ୍ତର ପଦବୀ ପୂରଣ ହେଲାନାହିଁ। ଆଜି ବାଲିଗୁଡ଼ା ବିଜେପି ପକ୍ଷରୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗଣଧାରଣା ଦେଇଛନ୍ତି। ସୂଚନା ମୁତାବକ ପରବର୍ତ୍ତୀ ସମୟରେ C.D.M.O ଫୋନ ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲେ ଡିସେମ୍ବର ମାସ ୧ ତାରିଖରୁ ଅଲ୍ଟ୍ରାସାଉଣ୍ଡ ମିସିନ ଚାଲିବ ବୋଲି ସୂଚନା ଦେଇଥିଲେ।ଏପଟେ କନ୍ଧମାଳ ଗସ୍ତରେ ୫ ଦିନ ପାଇଁ ଓଡ଼ିଶାର ମାନ୍ୟବର ପଞ୍ଚାୟତ ରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆସିଛନ୍ତି। ଏନେଇ କଣ ପଦକ୍ଷେପ ନେଉଛନ୍ତି ଜାଣିବା ପାଇଁ ରହିଲା ବାକି ? ମାନ୍ୟବର ମନ୍ତ୍ରୀ ବିଜେଡି କନ୍ଧମାଳ ଜିଲ୍ଲାର ପର୍ଯ୍ୟପେକ୍ଷକ ଦାୟିତ୍ୱରେ ମଧ୍ୟ ଅଛନ୍ତି। ଏହି ଗଣଧାରଣାରେ କନ୍ଧମାଳ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବାଲିଗୁଡ଼ା ନଗର ସଭାପତି ଦିବାକର ସାହୁ, ନଗର ସାଧାରଣ ସମ୍ପାଦକ ରମାନନ୍ଦ ଘଡେ଼ଇ, ଆଦିକନ୍ଦ ପଟ୍ଟନାୟକ, ସୁରେନ୍ଦ୍ର ପାତ୍ର, ଲଳିତ ପାତ୍ର, ସୁଭାଶିଷ ମିଶ୍ର, ମନୋଜ ରଥ, ଅଭୟ ପାତ୍ର, ଦେବେନ୍ଦ୍ର କୁଦେଇ, ମହିଳା ସଭାନେତ୍ରୀ, ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।
