ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ
ଜଗନ୍ନାଥ ସେନା ପକ୍ଷରୁ ବିଭିନ୍ନ ଦାବି ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରଯାଇଛି lଶ୍ରୀ ମନ୍ଦିର ପରିଚାଳନା କମିଟି ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯାଉନଥିବା ଅଭିଯୋଗ ଆଣିଛି ଜଗନ୍ନାଥ ସେନା l ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ପୂର୍ବରୁ ସିଂଘ ଦ୍ୱାର ନିକଟରେ ଲାଗିଥିବା ଦଶ ଅବତାର ମୂର୍ତ୍ତ ସ୍ଥାପନ ଏବଂ ବଡ ଦାଣ୍ଡ ରେ ଭକ୍ତ ଙ୍କ ଲାଗି ସ୍ଥାଇ ବାରିଗେଟ ଲଗାଇବା, ଏମାର ମଠ ରୁ ବାହାରିଥିବା ରୂପା ଇଟା ଗୁଡିକୁ ଶ୍ରୀ ମନ୍ଦିର ରତ୍ନଭଣ୍ଡାର କୁ ଅଣାଯିବା ପ୍ରସଙ୍ଗ ସହ ମହାପ୍ରଭୁ ଙ୍କ କୋହିନୁର ହୀରା କିପରି ଶ୍ରୀ ମନ୍ଦିର କୁ ଫେରି ଆସିବ ଏହି ସମସ୍ତ ପ୍ରସଙ୍ଗ ଗୁଡିକୁ ନେଇ ଆସନ୍ତା ପରିଚାଳନା କମିଟି ବୈଠକ ରେ ଆଲୋଚନା କରିବା ନେଇ ଦାବି କରିଛି ଜଗନ୍ନାଥ ସେନା l

ପୂର୍ବରୁ ଶ୍ରୀ ମନ୍ଦିର ପ୍ରଶାସନ ଅନେକ ଥର ପରିଚାଳନା କମିଟି ବୈଠକ କରିଥିଲେ ମଧ୍ୟ ଏହି ସମସ୍ତ ପ୍ରସଙ୍ଗ ଗୁଡିକୁ ଆଲୋଚନା ପରିସର କୁ ଅଣିନାହିଁ ତେବେ ଆସନ୍ତା କାଲି ହେବାକୁ ଥିବା ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ରେ ଏହି ସମସ୍ତ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା କରିବା ଲାଗି ଜଗନ୍ନାଥ ସେନା ପକ୍ଷରୁ ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l
