ନିମାପଡା ସଂସ୍କାର ଟ୍ୟୁଟୋରିଆଲର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ନିମାପଡା ସଂସ୍କାର ଟ୍ୟୁଟୋରିଆଲର ବିଦାୟ କାଳୀନ ସମ୍ବର୍ଦ୍ଧନା ସଂସ୍କାର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ବିଦାୟ କାଳୀନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପୂଜ୍ୟ ପୂଜାର ପରମ୍ପରା ଅନୁଯାଇ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଗୁରୁଙ୍କୁ ପ୍ରଥମେ ବନ୍ଦାପନା କରିଥିଲେ। ପରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା ।

ଏହି ଉତ୍ସବରେ ଅଭିଭାବକ ମାନେ ଯୋଗ ଦେଇ ପିଲା ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଶିକ୍ଷା ଅନୁଷ୍ଠାନର ଉତ୍ତରାତୋର କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ଵକ୍ତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ଯୋଗ ଦେଇ ସେମାନଙ୍କର ସାର ଗର୍ଭକ ଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ନୀତି ଆଦର୍ଶରେ ଜୀବନକୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ଗୌରୀଶଙ୍କର ମହାପାତ୍ର ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର +2 ର ଶେଷ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ଭଧ୍ରିତ କରାଯାଇ ଥିବା ବେଳେ ଅନୁଷ୍ଠାନରେ ସେମାନଙ୍କ ଅନୁଭୂତି କହିଥିଲେ।ଏହି କାର୍ଯ୍ୟକ୍ରମକୁ କବିତା ମହାପାତ୍ର ଚନ୍ଦନ ପ୍ରଧାନ ଅତିଶ ନାୟକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *