ମାଣ୍ଡିଆ କ୍ରୟର ସମୀକ୍ଷା କଲେ କୃଷି ସଚିବ ଡ଼ ଅରବିନ୍ଦ ପାଢ଼ୀ

ମାଣ୍ଡିଆ କ୍ରୟର ସମୀକ୍ଷା କଲେ କୃଷି ସଚିବ ଡ଼ ଅରବିନ୍ଦ ପାଢ଼ୀ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶଭୁବନେଶ୍ବର ତା ୨୦. ୦୧. ୨୦୨୫ଆଜି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ଅନ୍ନ ଅଭିଯାନ ଅଧିନରେ ମାଣ୍ଡିଆ କ୍ରୟ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ କୃଷି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଚଳିତ ବର୍ଷ ଚାଷୀମାନଙ୍କୁ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୪୨୯୦/- ଟଙ୍କା ସହ ରାଜ୍ୟ ସରକାରଙ୍କ ଅତିରିକ୍ତ ପ୍ରୋତ୍ସାହନ ରାଶି

୨୧୦ ଟଙ୍କା ମିଶି କୁଇଣ୍ଟାଲ ପିଛା ସର୍ବମୋଟ ୪୫୦୦/- ଟଙ୍କା ପ୍ରଦାନ କରାଯିବାକୁ ସରକାର ଅନୁମୋଦନ ପ୍ରାପ୍ତ କରିଛନ୍ତି । ଚାଷୀ ତଥା ଜନସାଧାରଣଙ୍କୁ ଏନେଇ ସଚେତନ କରିବା ଏବଂ ଜିଲ୍ଲା ଅନୁଯାୟୀ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସଚେତନତା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି | ଏହି ଅବସରରେ ମାଣ୍ଡିଆ କ୍ରୟ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଡ଼ ପାଢ଼ୀ ପରାମର୍ଶ ଦେବା ସହ ଚାଷୀ ଭାଇ ଭଉଣୀ ଯେପରି ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ଉପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ପ୍ରାପ୍ୟ ପ୍ରଦାନରେ ଅନିୟମିତତା ଦୃଷ୍ଟିଗୋଚର ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ବୈଠକ ରେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ଯୋଗାଣ ବିଭାଗ, ଆଦିବାସୀ ଉନ୍ନୟନ ବିଭାଗ, କୃଷି ବିଭାଗ ଏବଂ ଶ୍ରୀ ଅନ୍ନ ଅଭିଯାନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *