ଓଡ଼ିଶା ଅଗ୍ନି ଶମ ଏବଂ ଜରୁରୀ କାଳୀନ ସପ୍ତାହ ପାଳନ

ଓଡ଼ିଶା ଅଗ୍ନି ଶମ ଏବଂ ଜରୁରୀ କାଳୀନ ସପ୍ତାହ ପାଳନ, ଅଗ୍ନି ନିରାପତ୍ତା ଅଧୂକାରୀଙ୍କ ତରଫରୁ ମଗଡ୍ରିଲ

ଓଡ଼ିଶା ଅଗ୍ନି ଶମ ଏବଂ ଜରୁରୀ କାଳୀନ ସପ୍ତାହ ପାଳନ ୧୪ତାରିଖ ରୁ ଅପ୍ରେଲ ୨୦ ପର୍ଯ୍ୟନ୍ତ ଜାରୀ ରହିଥିବା ବେଳେ ଆଜି ଯାଜପୁର ଜିଲ୍ଲାର ବ୍ୟାସନଗର ସହର ସ୍ଥିତ ଲଷ୍ମୀ ହସ୍ପିଟାଲରେ ଯାଜପୁର ରୋଡ ଫାୟାର ଅଫିସର ତାପସ କୁମାର ମନ୍ତ୍ରୀଙ୍କ ତ୍ବାବଧାନରେ ତାଙ୍କ ଅଗ୍ନି ଶମ କର୍ମରୀଙ୍କ ଟିମକୁ ନେଇ ଏକ ମହଲର ଷ୍ଟାଫ ମାନଙ୍କୁ ଅଗ୍ନି ନିରାପତ୍ତା ଓ ସୁରକ୍ଷା ବିଷୟରେ ଉଦାହରଣ ଦେଇ ସଚେତନ କରାଇଥିଲେ । ବଡ଼ କିମ୍ବା ଛୋଟ ଅଗ୍ନି କାଣ୍ଡ ଦୁର୍ଘଟଣାରୁ କିଭଳି ସେମାନେ ନିଜକୁ ଆୟତ କରିପାରିବା ସହିତ ଅନ୍ୟ ମାନଙ୍କ ଜୀବନ ବଞ୍ଚାଇ ପାରିବେ ସେ ବିଷୟରେ ଏକ ପ୍ରଶିକ୍ଷଣ ଦେଇଥିଲେ। ହସ୍ପିଟାଲ ରେ ଅଗ୍ନି ନିରାପତ୍ତାର ସମସ୍ତ ସରଞ୍ଜାମ ମହଯୁଦ ରଖୁବା ପାଇଁ ପରାମର୍ଶ ଦେଇଥିଲେ l ଯେଭଳି ଆଗକୁ କୌଣସି ଅନୁଷ୍ଠାନରେ ଅଗ୍ନିକାଣ୍ଡ ନ ଘଟିବ ସେଥିପାଇଁ ସହରର ପ୍ରତେକ ବଡ଼ ବଡ଼ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ମଗଡ୍ରିଲ କରା ଯିବ ବୋଲି ସୂଚନା ଦେଇଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *