୬୮ ଟି ଅଙ୍ଗନବାଡି କେନ୍ଦ୍ର ର ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ

ପୁରୀ ୧୬/୯ ପୁରୀ ଜିଲ୍ଲାର ୬୮ ଗୋଟି ଅଙ୍ଗନବାଡି କେନ୍ଦ୍ର କୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଏହାକୁ ଉଦଘାଟନ କରି ଏହି ନିଜସ୍ୱ ବିଲ୍ଡିଂ ଦ୍ଵାରା ମହିଳା ଓ ଶିଶୁ ବିକାଶ ର କାର୍ଯ୍ୟ ଅଧିକ କ୍ରିୟାଶୀଳ ହୋଇ ପାରିବ ବୋଲି କହିଥିଲେ।ଶିଶୁ ମାନଙ୍କ ପାଇଁ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ ନିର୍ମାଣ ପାଇଁ ଏହା ସହାୟକ ହେବା ସହ ସେମାନଙ୍କ ବୌଦ୍ଧିକ ବିକାଶ କୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ସେ ମତ ଦେଇଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗର କର୍ମଚାରୀ ମାନେ ସେମାନଙ୍କ ଉତ୍କୃଷ୍ଟ ସେବା ଦେଇ ପିଲା ମାନଙ୍କୁ ଉନ୍ନତ ଶିକ୍ଷା ଓ ଚରିତ୍ର ଗଠନରେ ସହଯୋଗ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।ଜିଲ୍ଲାର ମୋଟ ୨୫୯୯ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ପୂର୍ବରୁ ୧୫୦୭ ଟି ନିଜସ୍ୱ ଗୃହ ଥିବା ବେଳେ ଏବେ ସେଥିରେ ନିଜସ୍ୱ ଭାବେ ୬୮ ଟି ସାମିଲ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ପ୍ରୋଗ୍ରାମ ଅଫିସର ଚନ୍ଦ୍ର ପ୍ରଭା ଦେଇ,ପୋଷଣର ଜିଲ୍ଲା ସଂଯୋଜକ ସସ୍ମିତା କର୍ମକାର,ସମସ୍ତ ସିଡିପିଓ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *