କାକଟପୁରରେ ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କଲେ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

କାକଟପୁର – ସାରା ଦେଶରେ ଜସ୍ଵସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ପାଳନ ହେଉଥିବା ବେଳେ ଓଡ଼ିଶାରେ ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମରେ ୭୦ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଛି। ଏହି ଅବସରରେ କାକଟପୁର ମଙ୍ଗଳା ମହା ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୃକ୍ଷ ରୋପଣ କରିଛନ୍ତି। ଉପ ମୂଖ୍ୟମନ୍ତ୍ରୀ ପ୍ରଥମେ କାକଟପୁର ମା ମଙ୍ଗଳା ମନ୍ଦିରରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭ କାମନା କରି ପୂଜାର୍ଚ୍ଚନା କରିବା ସହ ଦୀପଦାନ କରିଥିଲେ। ପରେ ପରେ କାକଟପୁର ମଙ୍ଗଳା ମହା ବିଦ୍ୟାଳୟରେ ପହଞ୍ଚି ଏକ ସଭାରେ ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସୁଚନା ଦେଇଥିଲେ।

ସେଠାରେ ବ୍ଲକ ପ୍ରଶାସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲା ବନଖଣ୍ଡ ଅଧିକାରୀ ମଗର ଧାନୋଜି ରାସୋ, ଜିଲ୍ଲା ମୂଖ୍ୟ ବିକାଶ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ଳକ୍ ଅଧକ୍ଷ ଶ୍ରୀଧର ନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାକଟପୁର ବିଡ଼ିଓ ନାରାୟଣ ଦୀକ୍ଷିତ, ତହସିଲଦାର ଅଙ୍କିତା ଆନନ୍ଦିତା, ଅତିରିକ୍ତ ତହସିଲଦାର ହେମାଙ୍ଗିନି ଛୁରିଆ, ଥାନା ଅଧିକାରୀ ବସନ୍ତ କୁମାର ସାହୁ, ଅସ୍ତରଙ୍ଗ ରେଞ୍ଜ୍ ଅଧିକାରୀ ମୋନାଲିସା ମହାପାତ୍ର, କୋଣାର୍କ ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ସୁରେନ୍ଦ୍ର ସେଠୀ, ସାଂସଦ ପ୍ରତିନିଧି ସୁଦର୍ଶନ ସ୍ବାଇଁ, ରଶ୍ମୀ ରଞ୍ଜନ ବିଶ୍ଵାଳ, କାକଟପୁର ସରପଞ୍ଚ ଅଭୟ ସେଠୀଙ୍କ ସମେତ ସମସ୍ତ ବ୍ଳକ୍ କର୍ମଚାରୀ, କଲେଜ୍ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *