ଶ୍ମଶାନ ଘାଟ ନିମନ୍ତେ,ଉପ ଜିଲ୍ଲାପାଳ ଙ୍କୁ ଦାଦପାଜୁ ଗ୍ରାମ ବାସୀଙ୍କ ଦାବିପତ୍ର
ଶ୍ମଶାନ ଘାଟ ନିମନ୍ତେ,ଉପ ଜିଲ୍ଲାପାଳ ଙ୍କୁ ଦାଦପାଜୁ ଗ୍ରାମ ବାସୀଙ୍କ ଦାବିପତ୍ର ।
କନ୍ଧମାଳ, ଫୁଲବାଣୀ ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଗୁଡ଼ାରୀ ପଞ୍ଚାୟତ ଦାଦପାଜୁ ଗ୍ରାମର ପଚାଶରୁ ଅଧିକ ଗ୍ରାମବାସୀ ଗୁଡ଼ାରୀ ସରପଞ୍ଚ ସୁଜିତ୍ ମଲ୍ଲିକ ଙ୍କ ନେତୃତରେ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ ।ଲିଖିତ ଦାବିପତ୍ର ଅନୁଯାୟୀ ଦାଦପାଜୁ ମୌଜାର ପ୍ଲଟ ନ-୭୮୭,୭୮୮ ପ୍ଲଟ ଗୁଡ଼ିଏ ଅନାବାଦୀ ଅଟେ । ସେହି ପ୍ଲଟ ରେ ଆବାଗହନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦାଦପାଜୁ ଗ୍ରାମ ବାସୀଉକ୍ତ ପ୍ଲଟରେ ଶବଦାହ କରି ଆସୁଅ ଛୁ। ୨୦୦୭-୨୦୦୮ମସିହାରେ ଫୁଲବାଣୀ ପୌରପରିଷଦ ଉକ୍ତ ଜା ଗାଟିକୁ ଜବର୍ ଦଖଲ କରି ସହରର ସମସ୍ତ ଅଳିଆ, ଆବର୍ଜନା ପକାଉଥିଲେ । ଯାହାଦ୍ବାରା ସେହି ଅଞ୍ଚଳ ଗୁଡିକ ଦୁର୍ଗନ୍ଧ ହେଉଥିଲା । ସେହି ଜାଗାକୁ ଲାଗି ଦାଦପାଜୁ ପ୍ରାଥମିକ ବିଦ୍ୟାଳୟ ମଧ୍ୟରହିଅଛି । ଏଥି ସକାଶେ ଆମେ ଦାଦପାଜୁ ଅଞ୍ଚଳର ଗୁମି, ପଣ୍ଡଲି, ଗୌଡପଡ।, ଡେଡିବାଲି, ସୀଙ୍ଗ।ଲଖ୍, ପଦର ସହିତ ସମସ୍ତ ଗ୍ରାମବାସୀ ଅବରୋଧ କରିଥିଲୁ । ଦୀର୍ଘ ଏକ ମାସକାଳ ରାସ୍ତା ଅବରୋଧ, ବିଭିନ୍ନ ପ୍ରକାର ଆନ୍ଦୋଳନ କରିବାରୁ ଶେଷରେ ସେହି ବେଳର ଚେୟାର ମ୍ୟାନ ଉକ୍ତ ଜାଗରେ ଆଉ ମହିଳା,ଆବର୍ଜନା ନ ପକାଇବ ପାଇଁ ଆମ୍ଭକୁ କଥା ଦେଥିଲେ ।ଉକ୍ତ ଦିନଠାରୁ ସେହିଜ।ଗ। ସୁରକ୍ଷିତ ଥିବା ଆମ୍ଭେ ଜାଣିଥିଲି । ବର୍ତମାନ ସେହି ପ୍ଲଟ କୁ ଶ୍ରୀମତୀ ଦେବକୀ ମଲ୍ଲିକ ସ୍ବାମୀ ମୃତ ଲକ୍ଷ୍ମୀଧର ମଲ୍ଲିକ, ଅନ୍ନପୂର୍ଣ୍ଣା ମଲ୍ଲିକ ସ୍ବାମୀ ସୁରେନ୍ଦ୍ର କହଁର ଏହି ବ୍ୟକ୍ତି ମାନେ ଦ।ବିକରୁଚ୍ଛନ୍ତିକି ଏହି ଦୁଇଟି ପ୍ଲଟ ୭୮୭,୭୮୮ ଆମ ନାମରେ ପଟ୍ଟା ହୋଇଛି କହି ଉକ୍ତ ଜଗାଟିକୁ ସଫା ସୁତୁରା କରି ପ୍ଲଟ ତିଆରି କରି ବିକିବା ପାଇଁ ଚେଷ୍ଟା କରିବାର ଆମେ ଜାଣିଲା ପରେ ଶ୍ରୀ ମତି ମଲ୍ଲିକ କିଛି ଭଡ଼ା ଟିଆ ଗୁଣ୍ଡା ଆଣି ଆମକୁ ପ୍ରତିବାଦ କଲେ ସମସ୍ତଙ୍କ ହ।ଣିବି, ମାରିବି କହି ଭୟବିତ କରୁଥିବାରୁ ଏହି ସମସ୍ତ ବିଷୟ ଉପ ଜିଲ୍ଲାପାଳଙ୍କୁ ଜଣାଇଥିବା ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟ କ୍ରମରେ ଦାଦପାଜୁ ଗ୍ରାମର ବରୁଣ ମଲ୍ଲିକ, ଆରୋବିନ୍ଦ ମଲ୍ଲିକ, ଜୟଦେବ ମଲ୍ଲିକ, ଜେକେ ମଲ୍ଲିକ, ପ୍ରଦୀପ କୁମାର ମଲ୍ଲିକ, ଦୁର୍ଲଭ ଦେବ୍ ମଲ୍ଲିକ, ସୁମନ୍ତ କୁମାର ମଲ୍ଲିକ, ରମେଶ ପ୍ରଧାନ, ଓ ଅନ୍ୟମାନେ ସହଯୋଗ ରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ରଦେଇ ପୂର୍ବପରି କିପରି ଭାବରେ ଉକ୍ତ ଜାଗାରେ ଶବଦାହ କରିପାରିବୁ ତାହାର ସ୍ଥାଇ ସମାଧାନ ନିମନ୍ତେ ଦାପି କରିଥିବା ଜଣାପଡିଛି ।
